ହେଡଲାଇନସ୍:

ମାଁ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ କଟାପଡ଼ା ଠାରେ ମାଁ ଦକ୍ଷିଣକାଳୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଲିତ ହୋଇଯାଇଛି ।ଗତ ୧ତାରିଖ ସୁକ୍ରବାର ଦିନ ମନ୍ଦିରର ରତ୍ନମୁଦ ସ୍ଥାପନ କରାଯାଇଥିଲା।୨ତାରିଖ ଶନିବାର ଦିନ ମନ୍ଦିର ପ୍ରତିଷ୍ଠା  ଓ ଅଷ୍ଟ ପ୍ରହର ସଂକୀର୍ତନ ନାମରମ୍ଭ ଆରମ୍ଭ କରାଯାଇଥିଲା।୩ତାରିଖ ରବିବାର ଦିନ ମାଁ ଦକ୍ଷିଣକାଳୀ ଙ୍କ ବିଗ୍ରହ ପ୍ରତିଷ୍ଠା ଓ ନାମଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା। ମନ୍ଦିର ପ୍ରତିଷ୍ଠା ରେ କର୍ତ୍ତା  ରୂପେ ଦାମୋଦର ରଣା ଓ ତାଙ୍କ ଧର୍ମପତ୍ନୀ ଜୟମତୀ ରଣା, ଗୁଣନିଧି ମାଝୀ ଓତାଙ୍କ ଧର୍ମପତ୍ନୀ କ୍ଷିରବତୀ ମାଝୀ, କିଷନ କୁମାର ରଣା ଓ ତାଙ୍କ ଧର୍ମପତ୍ନୀ ଦୁର୍ଲଭା  ରଣା, ନାମ ଯଜ୍ଞ ରେ କର୍ତ୍ତା  ରୂପେ ଗୋବିନ୍ଦ ରଣା ଓ ତାଙ୍କ ଧର୍ମପତ୍ନୀ  ଲତା ରଣା ଦାୟିତ୍ବ ବହନକରିଥିଲେ। ସଂକୀର୍ତନ  ଦଳ ଜାମସେଠ, ମୁଣ୍ଡାପଲା, ମିଠାପାଲି, ତିଲେଇଝେର, ଡ଼ୁଡ଼ୁକିଝରିଆ, ବିଶିବାହାଲ, ଜଡ଼ାମୁଡ଼ା ସହଯୋଗ କରିଥିଲେ। ପ୍ରାଧ୍ୟାନଆଚାର୍ଯ୍ୟ ମାନଭଞନ ତ୍ରିପାଠୀ ମୂଖ୍ୟ ପୁଜକ ଓ ଶେଷନ କୁମାର ରଣା ସହଯୋଗୀ ପୂଜକ । ପୁସ୍ତକାଚାର୍ଯ୍ୟ  ଡ଼ମ୍ୱରୁଧର ପଣ୍ଡା। ନ୍ୟସାଚାର୍ୟ  ସୂର୍ଯ୍ୟ କୁମାର ତ୍ରିପାଠୀ।  ଚରୁହୋତୃ ବାସୁଦେବ ମିଶ୍ର,ବାବା ଗଣେଶ,ଦେବାରଚନ, ଘନଶ୍ୟାମ, ଶେଷନ ଦାୟିତ୍ବ ନିର୍ବାହ  କରିଥିଲେ । ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା। ଜାମସେଠ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

0
0
0
s2sdefault