ରାୟଗଡା -କେଲନରା -(ଦେବୀପ୍ରସାଦ ମହାନ୍ତି )ରାୟଗଡା -ବ୍ଲକ କୁମ୍ଭିକୋଟା ଗ୍ରାମ ପଞ୍ଚାୟତ ର ମେନ୍ ରୋଡ ରେ ପୂଜାରୀ ସାମା ଓ ତାର 2 ସହୋଜୋଗି ମିଶି ପୋଡମରା ଗ୍ରାମର ସଞ୍ଜୟ କାନ୍ଧପାଣିକୁ କୌଣସି କଥା କୁ କେନ୍ଦ୍ର କରି କାଠ ଫାଳିଆ ରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରଯାଇଛି।
କାଠଫାଳିଆରେ ଆକ୍ରମଣ ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପୋଡ଼ମରା ଗ୍ରାମର ସଞ୍ଜୟ କନ୍ଧପାଣି (୩୫) । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ମୃତକଙ୍କ ପରିବାରବର୍ଗ ଓ ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷେ ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଏହି ମାମଲାରେ ରାୟଗଡ଼ା ପୋଲିସ ୨ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଘଟଣାରୁ ପ୍ରକାଶ ଯେ, ମୃତକ ସଞ୍ଜୟ ଓ ସୀମା ଜାଲମୁରି ଏକାଠି ବସି ମଦ୍ୟପାନ କରିଥିଲେ । ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବା ସହ ଝଗଡ଼ା ହୋଇଥିଲା । ଉଭ୍ୟକ୍ତ ସୀମା ଏକ କାଠଫାଳିଆରେ ସଞ୍ଜୟଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ରାତିରେ ସଞ୍ଜୟଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ଭି କରିଥିଲେ। ସଞ୍ଜୟଙ୍କ ଅବସ୍ଥା ଶୋଚନୀୟ ରହିଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁରକୁ ରେଫର କରିଥିଲେ। ରବିବାର ସଞ୍ଜୟଙ୍କୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଦୁର୍ଭାଗ୍ୟ ବଶତଃ ସେ ପଦ୍ମପୁର ନିକଟରେ ମୃତ୍ୟୁ ବରଣ କରିଥିବା ଶୁଣିବାକୁ ମିଳିଛି। ପଦ୍ମପୁର ଚିକିତ୍ସାଳୟ କୁ ସ୍ଵାସ୍ଥ୍ୟ ଯାଞ୍ଚ କରିବା ନିଆ ଯାଇଥିଲା ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଣୀ ରାୟଗଡା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା।ମର ଶରୀର କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ୍ ପରେ ତାଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି। ଖବରପାଇ ପୁଲିସ ଚିକିତ୍ସାଳୟ ପହଞ୍ଚି ଘଟଣାର ତଦନ୍ତ କରିଛି। ଏହାସହ ଏସ୍ଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଆକ୍ରମଣ କରିଥିବା ସାମା ଓ ତାଙ୍କ ସହଯୋଗୀ କୁ ଥାନା ଅଟକ ରଖ୍ ପଚରାଉଚୁରା କରାଯାଉଥିବା ଏସ୍ଡିପିଓ ଶ୍ରୀ ସାହୁ କହିଛନ୍ତି।
ରାଜ୍ୟ
ପରକୀୟା ପ୍ରୀତି କୁ ନେଇ ଯୁବକଙ୍କୁ ପିଟି ପିଟି ନୃଶଂସ ଭାବେ ହତ୍ୟା
- Hits: 31