ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ପାଳନ କରାଯାଇଛି । ବୃକ୍ଷରୋପଣ ମାଧ୍ୟମରେ ସବୁଜିମା ବୃଦ୍ଧି ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଗୋଷ୍ଠୀ ସଦସ୍ୟମାନଙ୍କୁ ବୃକ୍ଷରୋପଣ ଅଭିଯାନରେ ସାମିଲ ହେବା ପାଇଁ ଉତ୍ସାହିତ କରାଯିବା ସହ ବୃକ୍ଷର ସୁରକ୍ଷା ଓ ଯତ୍ନ ନେବା ପାଇଁ ଉତ୍ସାହିତ କରାଯାଇଥିଲା।
ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ଏକ ଉନ୍ନତ ଭବିଷ୍ୟତ ପାଇଁ ପରିବେଶର ନିରନ୍ତରତା ସୁନିଶ୍ଚିତ କରିବାରେ ଜଙ୍ଗଲ ଏବଂ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।