ହେଡଲାଇନସ୍:

ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଆୟୁର୍ବେଦ ହସ୍ପିଟାଲ ପାଇଁ ଗୃହ ନିର୍ମାଣର ଶିଳାନ୍ୟାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା :- ଆଜି ରାଜ୍ୟ ସରକାରଙ୍କର ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,ବରଗଡ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ସାଧୁ ଚରଣ ଦାସ ଓ ଜିଲ୍ଲା ଆୟୁର୍ବେଦ ମୁଖ୍ୟ  କିଶୋର କୁମାର ମିଶ୍ରଙ୍କ ଉପସ୍ଥିତରେ ସୋହେଲା ନିକଟସ୍ଥ ଗର୍ଭନା ଗ୍ରାମରେ ଏକ ଆୟୁର୍ବେଦ ହସ୍ପିଟାଲ ପାଇଁ ଗୃହ ନିର୍ମାଣର ଶିଳାନ୍ୟାସ କରିଥିଲେ । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଆୟୁଷ ତରଫରୁ ହଲଦୀପାଲି ଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ ମଧ୍ୟ କରା ଯାଇଥିଲା । ଉକ୍ତ ଶିବିରରେ ଆୟୁର୍ବେଦ , ହୋମିଓପ୍ୟାଥିକ ଓ ଯୋଗ ମାଧ୍ୟମ ରେ ଚିକିତ୍ସା କରାଯିବା ସହିତ ମାଗଣାରେ ଔଷଧ ବିତରଣ କରଯାଇଥିଲା । ଏହି ଶିବିରରେ ମୋଟ 710 ଜଣ ରୋଗୀ ଙ୍କର ଚିକିତ୍ସା କରା ଯାଇଥିଲା ।ଏହି ଶିବିରରେ ଅଭିଜ୍ଞ ଡାକ୍ତର ମାନେ  ବିନା ନୁସ୍ତେଜକ ରେ ପ୍ରାୟ 10 ଜଣ ରୋଗୀଙ୍କର ଦାନ୍ତ ଓପଡି କେବଳ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ହିଁ ସମ୍ଭବ ଏହା ପ୍ରମଣିତ କରିଦେଇଥିଲେ ।

        ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଅନେକ ଅସାଧ୍ୟ ରୋଗର ଚିକିତ୍ସା ଅତି ଭଲ ଭାବରେ ହେଇପାରୁଛି ତେଣୁ ଲୋକଙ୍କୁ ଆୟୁର୍ବେଦ ଚିକିତ୍ସା ପ୍ରତି ସଚେତନ ହେବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ଅନୁରୋଧ କରିଥିଲେ ।  ଉକ୍ତ କାର୍ଯକ୍ରମ ରେ ଡା ମୋହନ ଭୋଇ ଡା, ପ୍ରଦୀପ ଦୋରା ଡା, ନିତ୍ୟାନନ୍ଦ ମହାପାତ୍ର ଡା ସ୍ୱାଧୀନ ଶର୍ମା , ଡା, ଅଜିତ ଦୋର୍ଜି ପ୍ରମୁଖ ରୋଗୀମାନଙ୍କର ଚିକିତ୍ସା କରିଥିଲେ। 

0
0
0
s2sdefault