ଭୁବନେଶ୍ୱର ତା ୨୨ରିଖ l ଗତ ଫେବୃଆରୀ - ମାର୍ଚ୍ଚ ମାସରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ଗସ୍ତରେ ଓଡିଶା ସରକାରଙ୍କ ତହବିଲରୁ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l ଆର ଟି ଆଇ ରୁ ହସ୍ତଗତ ହୋଇଥିବା ତଥ୍ୟ ଓ ଦସ୍ତାବିଜ କୁ ଅନୁଧ୍ୟାନ କଲେ ଯାହା ଜଣାପଡୁଛି କି ମହାନଦୀର ଉପର ମୁଣ୍ଡରେ ଅର୍ଥାତ ହୀରାକୁଦ ଜଳ ଭଣ୍ଡାର ସଂଲଗ୍ନ ଅଂଚଳ ଗସ୍ତ ପାଇଁ ୧ କୋଟି ୪୫ ଲକ୍ଷ 55 ହଜାର ୪୮୦ ଟଙ୍କା .ଏବଂ ତଳ ମୁଣ୍ଡରେ ଅର୍ଥାତ ଭୁବନେଶ୍ୱର, ପୁରୀ, ଚିଲିକା ଇତ୍ୟାଦି ବୁଲିବାରେ ୯୫ ଲକ୍ଷ ୫୮ ହଜାର ୭୪୦ ଟଙ୍କା ଖର୍ଚ୍ଚ ହୋଇଛି l ଉପରମୁଣ୍ଡ ଗସ୍ତ ଖର୍ଚ୍ଚର ସମ୍ୟକ ବିବରଣୀ ଆର ଟି ଆଇ ତଥ୍ୟରୁ ମିଳିଥିବା ବେଳେ ତଳ ମୁଣ୍ଡରେ ଖର୍ଚ୍ଚର ବିବରଣୀ ଦିଆ ଯାଇନାହିଁ l ଉପର ମୁଣ୍ଡର ଗସ୍ତ ଖର୍ଚ୍ଚରେ ଟଏମ ଏମ ଇଭେଣ୍ଟ ମ୍ୟାନେଜମେଣ୍ଟ ନାମକ ଏକ ସଂସ୍ଥାକୁ ୮୫ ଲକ୍ଷ ଟଙ୍କା ଦିଆଯାଇଛି l କେବଳ ଝାରସୁଗୁଡା ମେ ଫେୟାରକୁ ଦୁଇଦିନ ରହଣି ପାଇଁ ୫୪ ଲକ୍ଷ ଟଙ୍କା ଦିଆ ଯାଇଛି l ସୀତୁ ଟ୍ରାଭେଲସ ନାମକ ଏକ ସଂସ୍ଥା କୁ ୫ ଲକ୍ଷ ଟଙ୍କା ଦିଆ ଯାଇଛି l ଭୁବନେଶ୍ୱର ମେ ଫେୟାର ଓ ପାର୍ଶ୍ୱବର୍ତ୍ତୀ ଅଂଚଳ ଗସ୍ତ ର ସବିଶେଷ ବିବରଣୀ ମିଳିନି l
୧୦ ଜଣ ଲୋକ ବିଶ୍ୱ ଭ୍ରମଣ କରିଥିଲେ ବୋଧେ ଏତେ ଟଙ୍କା ଖର୍ଚ୍ଚ ହୋଇ ନ ଥାଆନ୍ତା ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ତାସଲ୍ୟ କରିଛନ୍ତି l ଏତେ ଟଙ୍କା କଣ ପାଇଁ ଓ କଣ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଛି ତାର ଜବାବ ଜଳ ସମ୍ପଦ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଦେବା ଦରକାର ବୋଲି ଶ୍ରୀ ଦାସ ଦାବି ଜରିଛନ୍ତି l ଏହି ତଥ୍ୟରୁ ଜଣା ପଡେ ଯେ ଏଥିରେ ବ୍ୟାପକ ଦୁର୍ନୀତି ଓ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି l ଏମ ଏମ ସଂସ୍ଥା କାହାର ଓ ସେହି ସଂସ୍ଥାକୁ କିଏ ଓ କାହିଁକି ନିୟୋଜିତ ଜରାଯାଇଥିଲା ତାର ଜବାବ ମଧ୍ୟ ସାମ୍ବାଦିକ ସମ୍ମିଳନୀ ରେ ମଗା ଯାଇଛି l ମହାନଦୀ ସମସ୍ୟା ର ସମାଧାନ ପାଇଁ ଟ୍ରିବୁନାଲ ଏବଂ କେନ୍ଦ୍ର ସରକାରଙ୍କୁ ନିଦରୁ ଉଠାଇବା ପାଇଁ ରାଜ୍ୟର ପଲ୍ଲୀ ଠୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜୋରଦାର କରି ଆସୁଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l ମହାନଦୀ ଟ୍ରିବୁନାଲ ଗତ ଫ୍ରେବୁଆରି ୨୬ ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ୫ ଦିନ ଧରି ଓଡିଶା ଗସ୍ତରେ ଆସିଥିଲେ l ପୂର୍ବରୁ ୨୦୨୩ ରେ ଟ୍ରିବୁନାଲର ଓଡିଶା ଗସ୍ତରେ 5 କୋଟି ଟଙ୍କା ଓଡିଶା ସରକାରଙ୍କ ଖର୍ଚ୍ଚ ହୋଇଥିଲା l ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ମହାନଦୀ ସ୍ଥିତି ଅନୁଧ୍ୟାନ ପାଇଁ ନୁହେଁ ପିକନିକ ପାଇଁ ବୋଲି ସେତେବେଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯୋଗ କରିଥିଲା କାରଣ ତାଙ୍କର ଗସ୍ତ ଅଂଚଳ ଦିବ୍ରୁଗଡ଼ ଜଙ୍ଗଲ, ପୁରୀ,କୋଣାର୍କ,ଲିଙ୍ଗରାଜ ଓ ଚିଲିକା ଆଦି ମହାନଦୀ ସମସ୍ୟା ପାଇଁ ଉଦିଷ୍ଟ ନଥିଲା ଏବଂ ରାଜ୍ୟ ସାରା ପ୍ରତିବାଦ କରିଥିଲା ସଂଗଠନ l ହେଲେ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହା ପ୍ରଣୟର ମlଙ୍ଗଳିକ ବୋଲି ସେତେବେଳେ କହିଥିଲେ l ଏବେ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ ଏତେ ଟଙ୍କା କଣ ମlଙ୍ଗଳିକ କାର୍ଯ୍ୟରେ ଖର୍ଚ୍ଚ ହୋଇଛି କି ବୋଲି ଆବାହକ ସୁଦର୍ଶନ ଦାସ ପ୍ରଶ୍ନ କରିବା ସହିତ ଏମ ଏମ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଜରିଆରେ କେତେ ଟଙ୍କା କିକ ବ୍ୟାକ ହୋଇଛି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି l ଟ୍ରିବୁନାଲର ଗସ୍ତ ରେ ୧୦ ଜଣ ମେମ୍ବରଙ୍କ ଭିତରୁ ୪ ଜଣ ସେମାନଂକର ପରିବାର ଲୋକ l ବିଳାସ ପୁର୍ଣ ରାଜ୍ୟ ସରକାରଙ୍କ ଅତିଥିଭବନର ବ୍ୟବସ୍ଥା ଥିବା ବେଳେ ମେ ଫେୟାର ଫାଇଭ ଷ୍ଟାର ହୋଟେଲରେ ଟ୍ରିବୁନାଲଙ୍କ ରହଣି କଣ ପାଇଁ ? ଗରିବ ଓଡ଼ିଆ ଲୋକଙ୍କ ଟିକସ ପଇସା ସ୍ୱାହା ପାଇଁ ଯୋଉ ଅଧିକାରୀ ଅନୁମତି ଦେଇଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ଦରମାରୁ ପଇସା ଅସୁଲ ପାଇଁ ମଧ୍ୟ ସଂଗଠନ ଦାବୀ କରୁଛି l ଆଠ ବର୍ଷରେ ଟ୍ରିବୁନାଲ ସାମାନ୍ୟ ତମ ମଧ୍ୟବର୍ତ୍ତୀ କାଳୀନ ଅନ୍ତରୀଣ ଆଦେଶରେ ଅଣ ମୌସୁମୀ ସମୟରେ ମହାନଦୀର ନିତ୍ୟାନ୍ତ ଆବଶ୍ୟକ ପାଣି ଛାଡିବାକୁ ଛତିଶଗଡ଼ କୁ ନିର୍ଦେଶ ଦେଲେନି l ଏହି ଖର୍ଚ୍ଚ ର ସି ଏ ଜି ଅଡିଟି ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେବାକୁ ସଂଗଠନ ଆଜି ଦାବୀ କରିଛି l ସାମ୍ବାଦିକ ସମ୍ମିଳନୀରେ ସହ ଆବାହକ ଶ୍ରୀ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଶୋଇ, ସଂଯୋଜକ ଗିରିଜା ଦାସ ଉପସ୍ଥିତ ଥିଲେ l
ରାଜ୍ୟ
ଟ୍ରିବୁନାଲଙ୍କ ଗସ୍ତ ପାଇଁ ଅଢେଇ କୋଟି ସ୍ୱାହା, ଜବାବ ରଖନ୍ତୁ ମୁଖ୍ୟମନ୍ତ୍ରୀ : ମହାନଦୀ ବଞ୍ଚାଅ ଆନ୍ଦୋଳନ
- Hits: 49







