ହେଡଲାଇନସ୍:

ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬;କଇଥଗାଡ଼ିଆ ଓ ସ୍କାଏ ୱାଲକର ସେମିଫାଇନାଲରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବୈଦେହୀଶ ପାଠାଗାର ପଡ଼ିଆରେ ଆୟୋଜିତ ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନର ଖେଳ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଦିନଟିରେ ଗୃପ୍ ବି ନିମନ୍ତେ ୪ଟି ଲିଗ୍ ମ୍ୟାଚ୍ ଓ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ଲିଗ୍ ମ୍ୟାଚ୍‌ରେ ଏନସିସି ନୟାଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟ ହରାଇ ୭୧ ରନ୍ ସଂଗ୍ରହ କରିଥିଲା। ଜବାବରେ ଜ୍ୟୋତି ଇଲେଭେନ ୩ ଉଇକେଟ ହରାଇ ୭୨ ରନ୍ କରି ମ୍ୟାଚ୍ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ କଇଥଗାଡ଼ିଆ ୮ ଓଭରରେ ୫ ଉଇକେଟ ବିନିମୟରେ ୧୦୩ ରନ୍ ସଂଗ୍ରହ କରିଥିଲା। ପ୍ରତିଉତ୍ତରରେ ହରେକୃଷ୍ଣପୁର ୪ ଉଇକେଟ ହରାଇ ୯୭ ରନ୍ କରିବାରୁ କଇଥଗାଡ଼ିଆ ୬ ରନ୍‌ରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ସ୍କାଏ ୱାଲକର ଟସ୍ ଜିତି ବୋଲିଂ ଚୟନ କରିଥିଲା। ପାଠାଗାର (ବି) ଦଳ ୮ ଓଭରରେ ୬ ଉଇକେଟ ହରାଇ ୮୭ ରନ୍ କରିଥିଲା। ଜବାବରେ ସ୍କାଏ ୱାଲକର ମଧ୍ୟ ୧ ଉଇକେଟ ହରାଇ ୮୭ ରନ୍ କରିବାରୁ ମ୍ୟାଚ୍ ଟାଇ ହୋଇଥିଲା। ପରେ ସୁପର ଓଭରରେ ସ୍କାଏ ୱାଲକର ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ପିକେ ୱାରିଅର୍ସ ସାନଗୋରଡାକୁ ପରାସ୍ତ କରି ବିଜୟ ହାସଲ କରିଥିଲା। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ କଇଥଗାଡ଼ିଆ ଟସ୍ ଜିତି ବୋଲିଂ କରିଥିଲା। ଜ୍ୟୋତି ଇଲେଭେନ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୫୪ ରନ୍ ସଂଗ୍ରହ କରିଥିଲା। ଜବାବରେ କଇଥଗାଡ଼ିଆ ମାତ୍ର ୪ ଓଭରରେ ୨ ଉଇକେଟ ବିନିମୟରେ ୫୫ ରନ୍ କରି ବିଜୟୀ ହୋଇ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା।
ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍କାଏ ୱାଲକର ଟସ୍ ଜିତି ବୋଲିଂ ନେଇଥିଲା। ପିକେ ୱାରିଅର୍ସ ୫ ଉଇକେଟ ହରାଇ ୫୮ ରନ୍ ସଂଗ୍ରହ କରିଥିଲା। ପ୍ରତିଉତ୍ତରରେ ସ୍କାଏ ୱାଲକର ୫ ଓଭରରେ ମାତ୍ର ୧ ଉଇକେଟ ହରାଇ ୫୯ ରନ୍ କରି ବିଜୟ ହାସଲ କରିଥିଲା। ଏହା ସହ ସ୍କାଏ ୱାଲକର ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଥିଲା। ସୋମବାର ସନ୍ଧ୍ୟାରେ ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ରୁ ଯୋଗ୍ୟତା ଅର୍ଜନ କରିଥିବା ଚାରିଟି ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ବିଜୟୀ ଦୁଇ ଦଳ ଫାଇନାଲରେ ଉଭୟଙ୍କୁ ମୁକାବିଲା କରିବେ।

0
0
0
s2sdefault