ହେଡଲାଇନସ୍:

ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର,ଜଣେ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ ଓଡ଼ଗାଁ–ବାହାଡ଼ାଝୋଲା ରାସ୍ତାର ହରିପୁର ଛକ ନିକଟରେ ରବିବାର ସନ୍ଧ୍ୟାରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକମାନେ ହେଲେ ହରିପୁର ଗ୍ରାମର ଗଣେଶ ନାୟକ (୨୪) ଓ ଆକାଶ ନାୟକ (୧୮)। ସୂଚନା ଅନୁଯାୟୀ, ଦୁଇଜଣ ଯୁବକ କୌଣସି କାମରେ ଓଡ଼ଗାଁ ଆସିଥିଲେ। କାମ ସାରି ସେମାନେ ଗୋଟିଏ ବାଇକ୍‌ରେ ନିଜ ଗ୍ରାମ ହରିପୁରକୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭.୩୦ଟା ସମୟରେ ହରିପୁର ଛକ ନିକଟରେ ହଠାତ୍ ଏକ ବାଛୁରୀ ସହ ବାଇକ୍‌ର ଧକ୍କା ହୋଇଥିଲା। ଫଳରେ ଉଭୟ ଯୁବକ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ଆକାଶଙ୍କ ଶରୀର ଓ ହାତ ଯୋରରେ ଘୋଷାଡି ହେବା ସହ ବାମ ଆଖିର ଭ୍ରୂଲତା ଉପରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେହିପରି ଗଣେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ତାଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ଆହତଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆକାଶ ଘରକୁ ଫେରିଥିବା ବେଳେ ଗଣେଶଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।

0
0
0
s2sdefault