ବଞ୍ଚିବା ପାଇଁ ରାସ୍ତା ଖୋଜୁଛନ୍ତି କିଷାନ ମଣ୍ଡଳ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଳୁନି ବର୍ଦ୍ଧିତ ଭତ୍ତା , ଘରେ ଶଯ୍ୟାଶାୟୀ ପତ୍ନୀ ।


ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଘରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ପତ୍ନୀ ବିପୁଳା ମଣ୍ଡଳ ଶଯ୍ୟାଶାୟୀ ହୋଇଛନ୍ତି। ସେପଟେ ପତି କିଷାନ ମଣ୍ଡଳ ୮୨ ବର୍ଷ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରି ଚାଲିଛନ୍ତି। ଏହି ବୃଦ୍ଧ ଦମ୍ପତିଙ୍କର ଗୋଟିଏ ପୁଅ ଏବଂ ତିନି ଝିଅ ଥିବାବେଳେ ୩ ଝିଅ ବାହା ହୋଇ ଅନ୍ୟତ୍ର ରହୁଛନ୍ତି , ପୁଅ ବାପା ଓ ମା'ଙ୍କୁ ପଚାରୁନଥିବା ଜଣା ପଡ଼ିଛି । ତେଣୁ ଏକ କୁଡ଼ିଆ ଘରେ ଦୁହେଁ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି ବୃଦ୍ଧ ଦମ୍ପତି। ବୃଦ୍ଧ ଅବସ୍ଥାରେ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ଘରେ ଦୁଇ ନାତି ଆସି ରହୁଛନ୍ତି। ତେଣୁ କିଷାନ ବସଷ୍ଟାଣ୍ଡ ସାମ୍ନାରେ ଚାହା ବିକ୍ରି କରି ଚଳୁଥିବା ଦେଖିବାକୁ ମିଳିଛି । ଚାହା ବିକ୍ରିରେ ଦିନକୁ ଶହେ ଟଙ୍କା ମଧ୍ୟ ରୋଜଗାର ହେଉନଥିବା ବେଳେ କିପରି ପରିବାର ଚଳୁଥିବ ସହଜରେ ଅନୁମେୟ । ବୟସାଧିକ୍ୟ ଯୋଗୁଁ ସଠିକ୍ ଭାବେ ଠିଆ ହୋଇପାରୁନଥିବା ବେଳେ ଚାଲିବା ମଧ୍ୟ କଷ୍ଟକର ହେଉଥିବା କିଷାନ ମଣ୍ଡଳ କହିଛନ୍ତି। ଘରେ ରୋଗୀଣା ପତ୍ନୀଙ୍କ ସେବା କରିବା ସହ ଖୋଲାମେଲାରେ ଚାହା ବିକ୍ରି କରିବା ବହୁ କଷ୍ଟ ହେଉଥିବା କିଷାନ ଦୁଃଖର ସହ ପ୍ରକାଶ କରିଛନ୍ତି । ବେଳେ ବେଳେ ଝିଅମାନେ ଆସି ସହଯୋଗ କରନ୍ତି। ଅପରପକ୍ଷେ ୮୦ ବର୍ଷ ଡେଇଁଥିଲେ ମଧ୍ୟ କିଷାନଙ୍କୁ ୩ ହଜାର ଟଙ୍କା ଭତ୍ତା ମିଳୁନାହିଁ। ସେହିପରି ସରକାରଙ୍କ ତରଫରୁ ଘର ଖଣ୍ଡିଏ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି ଥକି ଗଲେଣି । ବର୍ଦ୍ଧିତ ଭତ୍ତା ପାଇଁ ବାରମ୍ବାର ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ନୟାନ୍ତ ହୋଇଥିବା କିଷାନ କହିଚନ୍ତି । ଜୀବନର ଅପରାହ୍ନରେ ପହଞ୍ଚି ମଧ୍ୟ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାରୁ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି କିଷାନ । ସରକାର ତୁରନ୍ତ ୩ ହଜାର ଟଙ୍କା ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କଲେ ବାକି ଜୀବନ ସୁଖରେ କଟିପାରନ୍ତା ବୋଲି କହିଛନ୍ତି କିଷାନ ।

0
0
0
s2sdefault