ରାୟଗଡା (ସରୋଜ କୁମାର ସାହୁ ): ରାୟଗଡା ସହରବାସୀଙ୍କ ମନୋରଂଜନ ସକାଶେ ଆଜି ସହରସ୍ଥିତ ରୟତ କଲୋନୀ ଠାରେ ଏକ ନୂତନ ଫରେଷ୍ଟ ପାର୍କ ଉଦଘାଟିତ ହୋଇଯାଇଅଛି । ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଡ଼ିଏଫଓ ଦେବେନ୍ଦ୍ର କୁମାର ବେହେରା, ରାୟଗଡା ଏବଂ ମୁନିଗୁଡା ରେଂଜରଙ୍କ ତତ୍ୱବଧାନରେ ଏହି ଫରେଷ୍ଟ ପାର୍କ ଉଦଘାଟନ ହୋଇଯାଇଅଛି । ଏହି ପାର୍କଟି ରାୟଗଡାବାସୀଙ୍କ ପାଇଁ ଏକ ନୂତନ ଢଙ୍ଗରେ ତିଆରି ହୋଇଥିବା ଯୋଗୁଁ ରାୟଗଡା ସହରବାସୀ ଭରପୂର ଭାବେ ମନୋରଂଜନ କରିପାରିବେ ବୋଲି ସାଂସଦ ଶ୍ରୀରାଓ ପ୍ରକାଶ କରିଥିଲେ । ୭ ଏକର ଜମିରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଫରେଷ୍ଟ ପାର୍କରେ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନାନା ପ୍ରକାର ମନୋରଂଜନର ବ୍ୟବସ୍ଥା ରହିଛି । ଏହି ପରି ପିଲାଙ୍କ ପାଇଁ ଶିଶୁ ଉଦ୍ୟାନ, ବୋଟିଙ୍ଗ ପାର୍କ, ଦୋଳି ସହ ଅନେକ ପ୍ରକାର ଖେଳନା ରହିଛି । ସେହି ପରି ପ୍ରାତଃ ଏବଂ ସନ୍ଧ୍ୟା ଭ୍ରମଣ ନିମନ୍ତେ ପାର୍କ ପରିସରରେ ସିମେଟଂ ଦ୍ୱାରା ନିର୍ମିତ ଚଲାପଥ ରହିଛି । ପାର୍କ ପରିସରରେ ବିଭିନ୍ନ ପ୍ରକାର ପୁଷ୍ପ ଗଛ ସହ କିଛି ଔଷଧିୟ ବୃକ୍ଷ ମଧ୍ୟ ରୋପଣ କରିଯାଇଛି । ଆଗାମୀ ଦିନରେ ପାର୍କ ଆହୁରି ଆକର୍ଷଣିୟ କରିବା ନିମନ୍ତେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ଲାଇଟ ଲଗାଯିବ ବୋଲି ମଧ୍ୟ ଜଣାପଡିଛି ।