ହେଡଲାଇନସ୍:

ଡୁଙ୍ଗୁରିପାଲି ସମାଜ ପାଠକ ମଞ୍ଚର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର ୨୨/୧୨ଶାସକ ପ୍ରଶାସକ(ପ୍ରକାଶ ହାତୀ.): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସମାଜ ପାଠକ ମଞ୍ଚର ବାର୍ଷିକ ଉତ୍ସବ ସ୍ଥାନୀୟ ଆରଏମସି ସଭାଗୃହରେ ସଭାପତି ମଧୁସୂଦନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରତ୍ୟେକ ମାସର ଶେଷ ରବିବାର ସମାଜ ପାଠକ ମଞ୍ଚର ବେଠକ ପରେ ଆଜି ଏକ ବର୍ଷ ପୂର୍ତି ଅବସରରେ ଏହାର ବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ‘ସମାଜ’ ବଲାଙ୍ଗିର ସଂସ୍କରଣର ଶାଖା ପରିଚାଳକ ପାର୍ଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଶ୍ରୀ ମହାପାତ୍ର ଡୁଙ୍ଗୁରିପାଲି ସମାଜ ପାଠକ ମଞ୍ଚର ଉଦ୍ୟମକୁ ଭୂୟସୀ ପ୍ରସଂଶା କରିଥିଲେ । ଖବର କାଗଜର ମୁଖ୍ୟ ହେଉଛି ଏହାର ପାଠକ । ପାଠକକୁ ଗୁରୁତ୍ୱ ଦେବା ଦ୍ୱାରା କାଗଜର ଗାରିମା ବୃଦ୍ଧି ପାଇଥାଏ । ଓଡିଶାରେ ପ୍ରଥମ ଥର ଦେଖୁବାକୁ ମିଳିଛି ଯେ ପାଠକମାନଙ୍କୁ ଗୁରତ୍ୱ ଦେଇ ସେମାନଙ୍କୁ ସମ୍ବନ୍ଧିତ କରିବା । ଗୋପବନ୍ଧୁଙ୍କୁ ଭାରତ ରତ୍ନ ଦେବା ଉପରେ ଆଲୋଚନାରେ ସେ କହିଥିଲେ ଯେ, ଡୁଙ୍ଗୁରିପାଲିରୁ ପୋଷ୍ଟ କାର୍ଡ ମାଧ୍ଯମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଯିବାକୁ ପ୍ରୟାସ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଜ୍ଞାପନ ବିଭାଗର ମୁଖ୍ୟ ରଶ୍ମିରଞ୍ଜନ ପଟ୍ଟନାୟକ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧ ସ୍ବାଧୁନ ମେହେର ଯୋଗ ଦେଇଥିଲେ । ଖବର ଲେଖାରେ ଜଣେ ସାମ୍ବାଦିକ କିପରି ପ୍ରତିକୂଳ ପରିବେଶରେ ଖବର ଲେଖୁଥାଏ । ଖଣ୍ଡାଧାରରେ ଚାଲିବା ବଳି ସାମ୍ବାଦିକ ଜୀବନ ବୋଲି ସେ ତାଙ୍କ ଦ୍ୱାରା ଅଙ୍ଗେ ନିଭାଇଥିବା ଆଇନଗତ ସମସ୍ୟା ଉପରେ ଆଲୋକପାତ କରିଥିଲେ ମୁଖ୍ୟ ବକ୍ତା ଭାବେ ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା ଯୋଗ ଦେଇ ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରି ସମାଜ ଏକ ଅନୁଷ୍ଠାନ ଯାହାକି ଓଡିଶାର ଗରିବ, ନିଷ୍ପେଷିତ ମାନଙ୍କ ବନ୍ଧୁ ବୋଲି ସେ କହିଥିଲେ। ଏହି ଅବସରରେ ସମାଜ ଖବର କାଗଜର ଦୁଇଜଣ ଶ୍ରେଷ୍ଠ ପାଠକକୁ ମରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ଡ. ପ୍ରକାଶ ଚନ୍ଦ୍ର ସାହୁ ଏବଂ ଶିକ୍ଷାବିତ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ନନ୍ଦ ସେମାନଙ୍କ ପରଲୋକ ପରେ ମଧ୍ୟ ତାଙ୍କ ପରିବାର ଦୀର୍ଘ ପିଢୀ ଧରି ସମାଜ ଖବର କାଗଜକୁ ଆଦର କରିଆସିଛନ୍ତି । ଏଣୁ ଢା. ପ୍ରକାଶ ଚନ୍ଦ୍ର ସାହୁଙ୍କ ଝିଅ ସୁଜାତା ସାହୁ ଏବଂ ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କୁ ପୁଅ ଜୟ ପ୍ରକାଶ ନନ୍ଦଙ୍କୁ ଉପଢୌକନ, ମାନପ‌ତ୍ର, ପୁଷ୍ପଗୁଚ୍ଛ ଦେଇ ଅତିଥ୍‌ ମାନେ ସମ୍ବନ୍ଧିତ କରିଥିଲେ । ଗୋବିନ୍ଦ ଚନ୍ଦ୍ର ତ୍ରୀପାଠି ଏବଂ ସସ୍ମିତା ଦାଶ ମାନପତ୍ର ପଠନ କରିଥିଲେ । ଆଲୋଚନାରେ ଗୋପାଳ ବାରିକ ସାମ୍ବାଦିକମାନଙ୍କୁ ସୁରକ୍ଷା, ଖବର ପ୍ରକାଶନରେ ଗୋପବନ୍ଧୁଙ୍କୁ ଦୃଷ୍ଟିରେ ରଖ୍ ଶାଳୀନତା ଏବଂ ଅଙ୍ଗଦାନ ସଚେତନତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ଅମୁଲ୍ୟ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ତ୍ରୀପାଠି ସମାଜ ପାଠକ ମଞ୍ଚର ବାର୍ଷିକ ବିବରଣୀ ପାଠ କରିଥିଲେ । ଡ. ସୁବାଷ ଚନ୍ଦ୍ର ପାତ୍ର ଉଦ୍ଦେଶ୍ୟ ଏବଂ ସ୍ବାଗତ ଅଭିଭାଷଣ ଏବଂ ସ୍ଥାନୀୟ ପ୍ରତିନିଧ ରତ୍ନାକର ସେଠ ଅତିଥି ପରିଚୟ ପ୍ରଦାନ କରିଥିଲେ । ତୁଳସୀ ପ୍ରସାଦ ଦାଶ, କିସନ କୁମାର ଅଗ୍ରୱାଲ, ବିଭୁଦତ୍ତ ବିଶ୍ୱାଳ, ବିରାଜ ନନ୍ଦ ପାଢୀ, ନରେଶ ପଧାନ ପ୍ରମୁଖ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ପାଠକ ମଞ୍ଚର ୬୦ ଜଣ ସଦସ୍ୟଙ୍କୁ ସମାଜର ସଂପାଦକଙ୍କ ସ୍ବାକ୍ଷର ସମ୍ମଳିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତରଭା ବ୍ଲକର ଅନ୍ତର୍ଯ୍ୟାମୀ ସାହୁ, ଉଲୁଣ୍ଡା ବ୍ଲକର ସଞ୍ଜିବ ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ବିପ୍ରଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ପୁର୍ବ ଅଧ୍ୟକ୍ଷ ସାମନ୍ତ ଚନ୍ଦ୍ର ସାହୁ କାର୍ଯକ୍ରମକୁ ପ୍ରସଂସା କରିବା ସହ ଏହାର ଉତ୍ତୋରତ୍ତର କାମନା କରିଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁରେଶ ପୂଜାରୀ ସମାଜରେ ପ୍ରକାଶିତ ଖବର ଯୋଗୁ ସେ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିବାରୁ ସମାଜକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଡୁଙ୍ଗୁରିପାଲି ବ୍ଲକ ସମାଜ ପାଠକ ମଞ୍ଚ ପକ୍ଷରୁ କଟକ, ବଲାଙ୍ଗିର ସଂସ୍କରଣ ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ଗୋଟିଏ ଲେଖାଏ ସ୍କୃତି ଫଳକ ପ୍ରଦାନ କରାଯାଇଥିଲା ଡ଼ୁଙ୍ଗୁରିପାଲି ବ୍ଳକର ସାମ୍ବାଦିକ ଅରବିନ୍ଦ ମିଶ୍ର, ଚିତ୍ତରଞ୍ଜନ ବିଶ୍ୱାଳ, ରାଧାକାନ୍ତ ଗଡତିଆ, ରାଧାରାଣି ତ୍ରିପାଠୀ, ମଞ୍ଜୁଲତା ମିଶ୍ର, ରନ୍ଦିରା ସାହୁ, ପ୍ରଶାନ୍ତ ସେଠ, ପୂର୍ଣଚନ୍ଦ୍ର ପଣ୍ଡା, ଲୀଲାମୟ ବେହେରା, ଘନଶ୍ୟାମ ମେହେର, ବିଜୟାନନ୍ଦ ପାଢୀ, ସୁରେଶ ପଧାନ, ନରେନ୍ଦ୍ର କୁମାର ପୁରୋହିତ, ନରୋତ୍ତମ ବରିହା, ଦିଲିପ କୁମାର ପଧାନ, ଶୁଭଲାଲ ସାହୁ, ପ୍ରକାଶ ହାତୀ, ଶିଶୁପାଳ ଖମାରୀ ପ୍ରମୁଖ ସହ ଯୋଗ କରିଥିଲେ ।

0
0
0
s2sdefault