ଅସ୍ତରଙ୍ଗ୨୨/ ୧୨,ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ହିରାଦେଇ ପୁର ଗ୍ରାମ ରେ ଗତ ଶୁକ୍ରବାର ରାତିରେ ଏକ ହାଇପ୍ରୋଫାଇଲ ଚୋରୀ ହୋଇଛି ଜଣେ ଅବସର ପ୍ରାପ୍ତ ଆର୍ମି କର୍ମଚାରୀ ଙ୍କ ଘରୁ। ଉକ୍ତ ଗ୍ରାମ ର ମଦନମୋହନ ମଲ୍ଲିକ ଅବସରପ୍ରାପ୍ତ ଆର୍ମି ହାବିଲଦାର ଅବସର ପରେ ନିଜ ପରିବାର ସହିତ ରୁହନ୍ତି କଟକ ରେ ଥିବା ବାସଭବନ ରେ। ମାର୍ଗଶିର ଗୁରୁବାର ମାଣବସା ପାଇଁ ଆସିଥିଲେ ଗ୍ରାମ କୁ ମାଣବସା କାମ ସାରି ଗତ ୧୭ ତାରିଖ ରବିବାର ଦିନ କଟକ ଫେରିଯାଇଥିଲେ। ଗ୍ରାମ ର ନିଜ ପୁତୁରାବୋହୁ ଙ୍କୁ ଘରର ରକ୍ଷଣା ବେକ୍ଷଣ କରିବା ପାଇଁ ଚାବି ମଧ୍ୟ ଦେଇ ଯାଇଥିଲେ।କିନ୍ତୁ ୨୦ତାରିଖ ଶନିବାର ପୁତୁରାବୋହୁ ତାଙ୍କ ଘରକୁ ଆସି ଦେଖିଥିଲେ ସମସ୍ତ ଘରର ତାଲା ଭଙ୍ଗା ହୋଇଛି ଏବଂ ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଖବର ଦେଇଥିଲେ। ଖବର ପାଇ କଟକ ରୁ ପରିବାର ଲୋକ ଆସି ଘରର ସମସ୍ତ ପରିସ୍ଥିତି ଦେଖିବା ପରେ ଅସ୍ତରଙ୍ଗ ଥାନା ରେ ଏତଲା ଦେଇଥିଲେ। ତାଙ୍କ ଏତଲା କୁ ଭିତ୍ତି କରି ରବିବାର ଦିନ ଅସ୍ତରଙ୍ଗ ଥାନା ର ଏସ ଆଇ ଦିପକ ସାମାନ୍ତସିଂହାର, ଏ ଏସ ଆଇ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ସହିତ ଏକ ଟିମ ସହିତ ପୁରୀ ଡଗ ସ୍କ୍ୱାଡ଼ ସହିତ ଫରେନସିକ୍ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧାନି କୁକୁର ଘଟଣା ସ୍ଥଳ ରେ ପହଞ୍ଚିବା ପରେ ପ୍ରାୟତଃ ୨ କିଲୋମିଟର ପର୍ଯ୍ୟନ୍ତ ସନ୍ଧାନ କରି କରି ବୁଲିଥିଲା।
ବର୍ତ୍ତମାନ ସବୁଠୁ ଆଶ୍ଚର୍ଯ୍ୟ ଘଟଣା ଫୌଜୀ ଙ୍କ ଘରେ ଭିନ୍ନ ଭିନ୍ନ ଦିଗରେ ସିସିଟିଭି ଲାଗିଛି କିନ୍ତୁ ସିସିଟିଭି କାର୍ଯ୍ୟକ୍ଷମ ହୋଇନି ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମନରେ ଏକ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସାଧାରଣ ରେ ପ୍ରଶ୍ନ ଉଠୁଛି ଚୋର ହୁଏତ ଜାଣିଥିଲା ସିସିଟିଭି ଇନଷ୍ଟାଲ ହୋଇନାହିଁ ଏହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଏକ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି।ଏବେ ଅସ୍ତରଙ୍ଗ ପୋଲିସ ର ତଦନ୍ତ ଉପରେ ସବୁ କିଛି ନିର୍ଭର କରୁଛି ବୋଲି ଏତଲା କାରି କହିଛନ୍ତି।
ରାଜ୍ୟ
ଅସ୍ତରଙ୍ଗରେ ଅବସର ପ୍ରାପ୍ତ ଆର୍ମି କର୍ମଚାରୀଙ୍କ ଘରୁ ଚୋରୀ: ଘଟଣାସ୍ଥଳ ବୁଲିଲେ ଫରେନସିକ ଟିମ ଓ ସନ୍ଧାନି କୁକୁର
- Hits: 6