ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ତାଲିମ ଶିବିରରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀଯୁକ୍ତ ରାଜ କିଶୋର ମହାନ୍ତି ଓ ଶ୍ରୀମତୀ ପୂର୍ବ ବେରା , ବରିଷ୍ଠ ବୈଜ୍ଞାନିକ , କେନ୍ଦ୍ରୀୟ ଭୂମି ଜଳ ବୋର୍ଡ଼ , ଜଳ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାର , ଶ୍ରୀଯୁକ୍ତ କେ.କର୍ଣ୍ଣାକର , ସହାୟକ ରସାୟନତତ୍ତ୍ୱ , କେନ୍ଦ୍ରୀୟ ଭୂମି ଜଳ ବୋର୍ଡ଼ , ଜଳ ଶକ୍ତି ମନ୍ତ୍ରଣାଳୟ , ଭାରତ ସରକାର ଓ ଶ୍ରୀ ବିଦ୍ୟା ସାଗର ମୁଦୁଲି , ପରିଚାଳକ ଜୀବିକା ମିଶନ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ପ୍ରଶିକ୍ଷଣ ର ଉଦ୍ଦେଶ୍ୟ ହେଲା ଜିଲ୍ଲାର ଗ୍ରାମ ପଞ୍ଚାୟତ ଗୁଡ଼ିକ ଜଳ ଜୀବନ ଅଭିଯାନର ନେତୃତ୍ଵ ନେଇ ନିଜ ଗ୍ରାମକୁ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ଜଳ ସାଇତି ରଖିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ସେହିପରି ନଦୀବନ୍ଧ ଯୋଜନା ଦ୍ବାରା ଜଳ ସଂରକ୍ଷଣ ରଖାଯିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରଯାଇଛି।
ଏହି ପ୍ରଶିକ୍ଷଣ ଶିବିରରେ ଶ୍ରୀ ଜ୍ୟୋତିରାଜ ଅଧିକାରୀ , ଅଧିକ୍ଷଣ ଯନ୍ତ୍ରୀ , ଜଳ ସେଚନ ବିଭାଗ , ଶ୍ରୀ ସୁରେଶ ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଉପନିର୍ଦ୍ଦେଶକ ଉଦ୍ୟାନ , ଶ୍ରୀ ଭେଙ୍କଟ ରାଓ ଆଚାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସମସ୍ତ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
- Hits: 11