ହେଡଲାଇନସ୍:

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଓଡ଼ିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭା: କର୍ମଚାରୀଙ୍କ ସମସ୍ୟା ଓ ଅଧିକାର ଉପରେ ଗୁରୁତ୍ୱାରୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା: ଓଡ଼ିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରାଯାଇ କର୍ମଚାରୀମାନଙ୍କ ସହ ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ସଂଘର ସଭାପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂଘର ଏକ ପ୍ରତିନିଧି ଦଳ ଝାରସୁଗୁଡା ଗସ୍ତରେ ଆସିଥିଲେ। ଏହି ଦଳରେ ରାଜ୍ୟ ଉପସଭାପତି ସାକିର ଖାଁ, ଉପ-ସମ୍ପାଦକ ଶିବପ୍ରସାଦ ମହାନ୍ତି, ଯୁଗ୍ମ ସମ୍ପାଦକ ନରେନ୍ଦ୍ର ଟୋପାକ୍ ଏବଂ ଜିଲ୍ଲା ସମ୍ପାଦକ ଦେବାନନ୍ଦ ବାରିକ ପ୍ରମୁଖ ସାମିଲ ଥିଲେ।

ସଭାରେ ଠିକା ସଂସ୍ଥାମାନଙ୍କ ଦ୍ୱାରା ହେଉଥିବା ଅନିୟମିତତା, କର୍ମଚାରୀଙ୍କ ଶୋଷଣ, ମୌଳିକ ସୁବିଧାର ଅଭାବ ଏବଂ କର୍ମଚାରୀ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କର୍ମଚାରୀମାନେ କିପରି ସେମାନଙ୍କର ନ୍ୟାୟସଙ୍ଗତ ଅଧିକାର ଓ ସୁବିଧା ପାଇପାରିବେ ଏବଂ ଶୋଷଣ ବନ୍ଦ କରାଯାଇପାରିବ, ସେନେଇ ସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଏହି ଅବସରରେ ସଂଘର ପଦାଧିକାରୀମାନେ କହିଥିଲେ ଯେ, ଆଗାମୀ ଦିନରେ ଓଡ଼ିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘକୁ ଅଧିକ ସଶକ୍ତ କରାଯିବ ଏବଂ କର୍ମଚାରୀମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ସଂଘ ସଦା ସର୍ବଦା ଲଢ଼େଇ ଜାରି ରଖିବ।

ସଭାରେ ଆରତୀ ସାହୁ, ସସ୍ମିତା ଦ୍ୱିବେଦୀ, ଦେବକୀ ବଢେଇ, ପରମେଶ୍ୱର ଖଣ୍ଡା, ଶକ୍ତିପଦ ଅଧିକାରୀ, ଭାସ୍କର ଦାସ, କାର୍ତ୍ତିକ କାଲୋ, ସଞ୍ଜୟ କଲେତ, ମନୋଜ କିସାନଙ୍କ ସହ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault