ହେଡଲାଇନସ୍:

ଶିଶୁ ଶ୍ରମ ମୁକ୍ତ ଗଠନ ପାଇଁ ଯୁବ ସ୍ଵରଙ୍କ ଆହ୍ଵାନ : ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜ ସଂକଳ୍ପ ବଦ୍ଧ -

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଉପଲକ୍ଷେ ସାପ୍ତାହିକ ଅଭିଯାନ - ୨୦୨୬ ଅବସରରେ ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟର , ଗଜପତି ପକ୍ଷରୁ ଶିଶୁ ଶ୍ରମ ମୁକ୍ତ ସମାଜ ଯତନ ସକାଶେ ଶହ ଶହ ଯୁବ ସମାଜ , ବୁଦ୍ଧିଜୀବୀ , ଅଙ୍ଗନବାଡି କର୍ମୀ ଓ ସ୍ବଚ୍ଛସାଥୀ ମାଧ୍ୟମରେ ଏକ ବିଶାଳ ସଚେତନତା ରଥ ଓ ରାଲିର ଆୟୋଜନ କରାଯାଇଛି।
ଶିଶୁ ଶ୍ରମ ନିରାକରଣ , ଶିଶୁ ଅଧିକାର ସୁରକ୍ଷା ଏବଂ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ସଚେତନତା ରଥ ଓ ରାଲିକୁ ଗଜପତିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ ଉଦଘାଟନ କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲିଟି ପାରଳାଖେମୁଣ୍ଡି ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟର, ଗଜପତିରେ ସମାପ୍ତ ହୋଇଥିଲା।
ରାଲିରେ ଅଂଶଗ୍ରହଣକାରୀମାନେ ଶିଶୁ ଶ୍ରମ ବିରୋଧୀ ସ୍ଲୋଗାନ ଦେବା ସହ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଫାଲଗୁନି ମାଝୀ କହିଥିଲେ ଯେ ଶିଶୁ ଶ୍ରମ ସମାଜ ପାଇଁ ଏକ ଗୁରୁତର ଅଭିଶାପ। ଏହା ଶିଶୁମାନଙ୍କର ଶିକ୍ଷା , ସ୍ୱାସ୍ଥ୍ୟ , ସୁରକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ବାଧାପ୍ରାପ୍ତ କରିଥାଏ। ପ୍ରତ୍ୟେକ ଶିଶୁଙ୍କର ଶିକ୍ଷା ଲାଭ କରିବା , ଖେଳିବା ଏବଂ ନିରାପଦ ପରିବେଶରେ ବଢ଼ିବାର ଅଧିକାର ରହିଛି। ଶିଶୁ ଶ୍ରମ ନିରାକରଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ। ଅଭିଭାବକ , ଶିକ୍ଷକ , ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଜନତାଙ୍କୁ ଶିଶୁ ଶ୍ରମ ବିରୋଧରେ ସଚେତନ ହୋଇ ଶିଶୁମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସେକ୍ରେଟାରୀ ଶ୍ରୀଯୁକ୍ତ ବିମଳା ରାଉଳ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଅମିୟ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଆଇଏସଆରଡି ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ , ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉଚ୍ଛାର୍ଗିତା ବଡ଼ରାଇତ , ହବ ର ଜିଲ୍ଲା ସଂଯୋଜକ ଶ୍ରୀ ଏଲ୍. ରାମ ପ୍ରସାଦ , ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ ମିଶ୍ର , ଶ୍ରୀଯୁକ୍ତ ସୋଲେମନ ରାଇକା ଡି ଡାବ୍ଲୁ ଓ , ଡ଼ିଏଲଓ , ଡ଼ିପିଏମ ଓଏଲଏମ ଶ୍ରୀ ଟିମନ ବାରା , Juvenile Justice Board ର ମେମ୍ବର ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ସଞ୍ଜୋଜିକା ଓ ଏଲ୍ ଏମ୍ ସ୍ଵୟଂ ପ୍ରୋଜେକ୍ଟ ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , transgender ର ସେକ୍ରେଟାରୀ ଜସ୍ମିନ୍ ଶେଖ୍ , ଚାଇଲ୍ଡ ହେଲ୍ପ ଲାଇନ ର ସଞ୍ଜୋଜିକା ବୈଶାଳୀ ପାଟ୍ଟନାୟକ , ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ , ସୁପରଭାଇଜର , ସ୍ୱଚ୍ଛସାଥୀ , ଡିସିପିଓ , ଡିଏସଡବ୍ଲୁଓ , ସିଡିପିଓ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ , ବି.ଆର୍. ଆମ୍ବେଦକର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯେଉଁମାନେ ଆଇଏସଆରଡିରେ ଇଣ୍ଟର୍ଣ୍ଣସିପ୍ କରୁଥିବା ଛାତ୍ରଛାତ୍ରୀ , ଅଙ୍ଗନୱାଡ଼ି କର୍ମୀ ଏବଂ ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟରର ସମସ୍ତ କର୍ମଚାରୀ ଯୋଗଦେଇଥିଲେ।
ଏହି ସମଗ୍ର କାର୍ଯ୍ୟକ୍ରମର ଯୋଜନା , ସମନ୍ୱୟ ଏବଂ ସଫଳ ରୂପାୟନରେ ଆଇଏସଆରଡିର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କ ଦୂରଦର୍ଶୀ ନେତୃତ୍ୱ , ସଠିକ୍ ପରିକଳ୍ପନା ଏବଂ ନିରନ୍ତର ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ଆୟୋଜିତ ହୋଇ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଜିଲ୍ଲା ପ୍ରଶାସନ , ବିଭିନ୍ନ ବିଭାଗର ଅଧିକାରୀ , ସାମାଜିକ ସଂଗଠନ ଏବଂ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଏହି ସଚେତନତା ଅଭିଯାନକୁ ଅଧିକ ପ୍ରଭାବଶାଳୀ ଏବଂ ସଫଳ କରିଥିଲା।
ସମସ୍ତ ବକ୍ତା ଶିଶୁ ଶ୍ରମ ନିରାକରଣ , ଶିଶୁ ସୁରକ୍ଷା , ଶିକ୍ଷାର ପ୍ରସାର ଏବଂ ଶିଶୁ ଅଧିକାର ସୁନିଶ୍ଚିତ କରିବା ପାଇଁ ସମାଜର ସମସ୍ତ ସ୍ତରର ଲୋକଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଶିଶୁ ଶ୍ରମ ମୁକ୍ତ ଗଜପତି ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।

0
0
0
s2sdefault