ହେଡଲାଇନସ୍:

ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ୱାରା ସମ୍ମାନିତ ହେଲେ ସରକାରୀ ଓକିଲ ଏବଂ ପୋଲିସ ବିଭାଗୀୟ ଅଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, 11/06/2026,ନବରଙ୍ଗପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛିl ଏଥିରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଶ୍ୟପ ପାର୍ଥ ଜଗଦୀଶ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ପବ୍ଲିକ ପ୍ରୋସିକ୍ୟୁଟର ମନୋଜ କୁମାର ଏକ୍କା ନିଜ ବକ୍ତବ୍ୟ ରେ ପୋଲିସ ଓ ସରକାରୀ ଅଭିଯୋଜକ ଙ୍କ ମଧ୍ୟରେ କିଭଳି ଭାବରେ ସମନ୍ୱୟ ରହିବା ସହ ନୂତନ ଆଇନ ରେ ଦୋଷୀ କୁ କଠୋର ରୁ କଠୋରତମ ଦଣ୍ଡ ବିଧାନ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିବା ସହ କେସର ସମସ୍ତ ଘଟଣା ସମ୍ବନ୍ଧୀୟ କାଗଜପତ୍ର କୁ କୋର୍ଟ ରେ ନିର୍ଭୁଲ ଭାବରେ ଉପସ୍ଥାପିତ କରିବା ପାଇଁ ଆଲୋକପାତ କରିଥିଲେ ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ପବ୍ଲିକ ପ୍ରୋସିକ୍ୟୁଟର ମନୋଜ କୁମାର ଏକ୍କା, ସୁନନ୍ଦା ପ୍ରଧାନ, ମୃତ୍ୟୁଞ୍ଜୟ ମହାରଣା, ଅଶୋକ କୁମାର ପାଢ଼ୀ, ଶ୍ରୀକାନ୍ତ କୁମାର ପଣ୍ଡା, ସିମାଞ୍ଚଳ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ଗଣ୍ଡ ଓ ଗୋପୀନାଥ ମଲ୍ଲିକ ପ୍ରମୁଖ ସରକାରୀ ଓକିଲ ଙ୍କୁ ସମ୍ମାନିତ କରିବା ସହ କେସ ର ତଦନ୍ତ କରିଥିବା ପୋଲିସ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲାl ଏଥିରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ lଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଧନ୍ୟବାଦ ଦେବା ସହ ବୈଠକ ସମାପ୍ତ ହୋଇଥିଲାl

0
0
0
s2sdefault