ହେଡଲାଇନସ୍:

ପୂର୍ବତନ କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ସୋମବାର ଦିନ) ପୂର୍ବତନ କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ସୁବାସ ଚନ୍ଦ୍ର ଜମାଦାର ଏବଂ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ତଥା ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ଦ୍ଵାରା ଅତିଥିଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ପରିଚାଳନା ସମିତି ପକ୍ଷରୁ ବିଦ୍ୟାଳୟର ଉନ୍ନତି ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ନିବେଦନ ପତ୍ର ପ୍ରଦାନ କରାଯାଇ ତାଙ୍କ ଠାରୁ ସହଯୋଗ କାମନା କରାଯାଇଥିଲା।
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୩ତମ ପୂଣ୍ୟ ତିଥି ଅବସରରେ ମହାରାଜା ତୈଳଚିତ୍ରରେ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ପୁଷ୍ପ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।
ଏହି ଅବସରରେ ମହନ୍ତ ଶ୍ରୀ ରାମାନନ୍ଦ ଦାସ , ଶ୍ରୀ ଅନାଦି ପାଣିଗ୍ରାହୀ , ଶ୍ରୀ ସଞ୍ଜୟ ଜେନା ଏବଂ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ।

0
0
0
s2sdefault