ହେଡଲାଇନସ୍:

 କ୍ରିୟାନୁଷ୍ଠାନ କମିଟି ତରଫରୁ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ବର୍ଜନ:ଭିନ୍ନଧରଣରେ ପାଳିତ ସାଧାରଣତନ୍ତ୍ର ଦିବସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼,(ସୁନୀଲ ବେହେରା)  ଟିଲାଗଡ଼ ଜିଲ୍ଲା ଦାବି ନେଇ ଗତ ବର୍ଷ ନଭେମ୍ବର ୧ତାରଖ ଠାରୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟାଳୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦରହିଥିବା ବେଳେ ଗଣଧାରଣା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟି ସରକାରୀ ଭାବରେ ଅନୁଷ୍ଠିତ  ହେବାକୁ ଥିବା ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ବର୍ଜନ ସହ ଗଣଧାରଣା ସ୍ଥଳରେ ସ୍ୱତନ୍ତ୍ର ଉସôବ ପାଳନ କରିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗଣଧାରଣା ସ୍ଥଳରେ ବିଭିନ୍ନ ଶିକ୍ଷାନୁଷ୍ଠାନର  ଛାତ୍ର ଛାତ୍ରୀ,ଆଇନଜିବୀ,ଶିକ୍ଷାବିତ,ବୁଦ୍ଧିଜୀବୀଙ୍କ ଉପସ୍ଥିତିରେଅନୁଷ୍ଠିତ  ଭବ୍ୟ ସମାରୋହ ପାଳନ କରାଯାଇଛି । ଶନିବାର ସଖାଳ ୯ଟା ସମୟରେ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟି ଆବାହକ ତଥା ବାର୍ ଆସୋସିଏସନ ସଭାପତି କୃଷ୍ଣଚନ୍ଦ୍ର ସାହୁ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଶ୍ରୀ ସାହୁ ଜନତାଙ୍କ ଦାବୀ,ସମସ୍ୟା ସରକାର ଶୁଣିବା ସହ ଆସ୍ଥାଭାଜନ ହୁଅନ୍ତୁ ବୋଲି କହିଥିଲେ । ସମାରୋହରେ କ୍ରିୟାନୁଷ୍ଠାନ  କମିଟିର ଦୁଇ ପ୍ରବକ୍ତା ବରିଷ୍ଠ ଆଇନଜୀବୀ  ରାଧାକାନ୍ତ ପାଢୀ ଏବଂ ରବିକିରଣ ସ୍ୱଇଁଙ୍କ ସମେତ ବିଭିନ୍ନ ଛାମୁଆ ସଂଗଠନର ପ୍ରତିନିଧି,ମହିଲା ସଂଗଠନ,ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ସୁଧାକର ନାୟକ ନିରାଡ଼ମ୍ବର ଭାବରେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ  ନାଁ କୈାଣସି ଶିକ୍ଷାନୁଷ୍ଠାନ  ତରଫରୁ ପରେଡ଼୍ କରାଯାଇଥିଲା ନା କୈାଣସି ସାଂସ୍କୃତୀକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ  ହୋଇନଥିଲା । ଛାତ୍ର ଛାତୀ ନଥିବାରୁ ଖୋଦ୍ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଜାତୀୟ ସଙ୍ଗୀତଗାନ କରିଥିଲେ । ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବପରି ଶିକ୍ଷାନୁଷ୍ଠାନର  ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିଲା । ସେହିପରି ଜେଲ,ଡ଼ାକ୍ତରଖାନା ତଥା କ୍ରିୟାନୁଷ୍ଠାନ ଅନ୍ତୋବାସୀଙ୍କୁ ଫଳମୂଲ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ପ୍ରଶାସନ ପକ୍ଷରୁ ବାତିଲ କରାଯାଇଥିଲା । ଉସôବରେ ଟିଟିଲାଗଡ଼ ଏସ୍ଡ଼ିପିଓ ସରୋଜ ମହାପାତ୍ର,ବିଡ଼ିଓ ମୋତିଲାଲ ସୁଲିଆ,ତହସିଲଦାର ସୁମନ କିଶୋର ଡ଼ୁଙ୍ଗ ଡ଼ୁଙ୍ଗ,ସିଡ଼ିପିଓ ଗିତାଞ୍ଜଳି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault