ହେଡଲାଇନସ୍:

ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତନ କରି ପାଚେରୀ ନିର୍ମାଣ ଅଭିଯୋଗ, ବିଡିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଲାବିରା: କୋଲାବିରା ବ୍ଲକ ଅନ୍ତର୍ଗତ ତରେଇକେଲା ଗ୍ରାମରେ ମଞ୍ଜୁର ହୋଇଥିବା ଏକ ପାଚେରୀ ନିର୍ମାଣ ପ୍ରକଳ୍ପକୁ ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟକରିତ ନକରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଅଭିଯୋଗକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଗ୍ରାମବାସୀମାନେ ମାନ୍ୟବର ବିଡିଓଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ତରେଇକେଲା ଗ୍ରାମର ଲିମବନ୍ଧ ନାଏକବନ୍ଧ ଠାରେ ପାଚେରୀ ନିର୍ମାଣ କାର୍ଯ୍ୟ ପାଇଁ ସରକାରୀ ମଞ୍ଜୁରି ମିଳିଥିଲା। କିନ୍ତୁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନରେ କାର୍ଯ୍ୟ ନକରି ଅନ୍ୟ ଏକ ଗୋଚର ଜମିରେ ନିର୍ମାଣ କାର୍ଯ୍ୟ କରୁଥିବା ସେମାନେ ଜାଣିବାକୁ ପାଇଥିବା ଦାବି କରିଛନ୍ତି।

ସରକାରୀ ନିୟମ ଅନୁସାରେ ମଞ୍ଜୁରିପ୍ରାପ୍ତ ସ୍ଥାନରେ କାର୍ଯ୍ୟ ନହେବାକୁ ନେଇ ଗ୍ରାମବାସୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ସହ ପାଚେରୀ ନିର୍ମାଣ କାର୍ଯ୍ୟକୁ ପୂର୍ବ ନିର୍ଦ୍ଧାରିତ ଲିମବନ୍ଧ ନାଏକବନ୍ଧ ସ୍ଥାନରେ କରାଯିବାକୁ ଗ୍ରାମବାସୀମାନେ ବିଡିଓଙ୍କୁ ଅନୁରୋଧ କରିଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ସହଦେବ ବାଗ, ପ୍ରଶାନ୍ତ ମହାନନ୍ଦଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

0
0
0
s2sdefault