ହେଡଲାଇନସ୍:

୪୫ ଦିନ ପରେ ବି ମିଳିନାହିଁ ପୀଡ଼ିତାଙ୍କୁ ନ୍ୟାୟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନ୍ୟାୟ ପାଇବା ଆଶାରେ ଥାନା ରୁ ସାଇବର୍ ସାଇବର୍ ରୁ ଏସ୍ ପି ପୁଣି ଥାନାର ଚକର କାଟୁଛନ୍ତି ପିଡିତା, ଏବେ ଆତ୍ମହତ୍ୟା ମୁହାଁ।।

ସରକାର ଙ୍କ କଥା ମାନୁନାହାନ୍ତି କିଛି ଅଫିସର, ଵଦନାମ ହେଉଛନ୍ତି ସରକାର।

ମୟୁରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ପରେ ଏବେ ପୁଣି ଏକ ଅଭିଯୋଗ ଆସିଛି ଝାରପୋଖରିଆ ଥାନା ଅଞ୍ଚଳରୁ ,ଇନ୍ଷ୍ଟଗ୍ରାମରେ ବନ୍ଧୁତା କରି ଜଣେ ଯୁବତୀଙ୍କୁ ମାନସିକ ଯନ୍ତ୍ରଣା ଦେଉଅଛି ଜଣେ ଅଜଣା ଯୁବକ। ଏଥିସହ ତାଙ୍କର ଅଶ୍ଳୀଳ ଫୋଟ ଓ ଭିଡିଓ ଭାଇରାଲ କରିବ ବୋଲି ଧମକ ମଧ୍ୟ ଦେଇଥିଲା । ଉକ୍ତ ଯୁବତୀ ଓ ତାଙ୍କ ପରିବାର ଝାରପୋଖରିଆ ଥାନାର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହାର କୌଣସି ପଦକ୍ଷେପ ନେଇ ନାହାନ୍ତି ଝାରପୋଖରିଆ ଥାନା ଅଧିକାରୀ । ଏଥିରେ ହତାଶ ହୋଇ ପଡିଛନ୍ତି ପୀଡ଼ିତା ଓ ତାଙ୍କ ପରିବାର। ତେବେ ପୀଡ଼ିତା କହିଲେଣି ଆତ୍ମାହୁତି ଦେବେ । ପୀଡିତା ଙ୍କ କହିବା କଥା ଅନୁସାରେ ତାଙ୍କ ଇନ୍ଷ୍ଟୋ ଗ୍ରାମ ରୁ ଫୋଟ ନେଇ ଇନ୍ଷ୍ଟୋଗ୍ରାମରେ ସେକ୍ସ ୱାଲ ଷ୍ଟୋରି ଛାଡ଼ି ଯୁବକ ଜଣକ ତାଙ୍କୁ କଥା ହେବା ପାଇଁ ଜିଦ୍ ଧରିବସିଲା ଓ ପରବର୍ତ୍ତୀ ସମୟରେ ତାଙ୍କୁ ବାଧ୍ୟ ହୋଇ ସେ ତା ସହିତ କଥା ହୋଇଥିଲେ । ପରେ ପରେ ସେ ପିଡିତା ଙ୍କୁ ଫୋନ କଲ୍ କରି ହଇରାଣ କରିବା ସହିତ ଭିଡିଓ କଲ କରିବାକୁ ବାଧ୍ୟ କରିଥିଲା । ପୀଡ଼ିତା କିନ୍ତୁ ଭିଡିଓ କଲ ନ କରିବାରୁ ସେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ତେବେ ପୀଡ଼ିତା ଓ ତାଙ୍କ ପରିବାର ଏ ସମ୍ପର୍କରେ ଝାରପୋଖରିଆ ଥାନାରେ ଦେଢ଼ ମାସ ହେଲା ଅଭିଯୋଗ କରି ଆସୁଥିବା ବେଳେ ଥାନାର ଚକ୍କର କାଟୁଛନ୍ତି । ପୀଡ଼ିତା ଓ ତାଙ୍କ ପରିବାରକୁ ସନ୍ଧ୍ୟା ୭ ରୁ ରାତି ୧୧ ଟା ପର୍ଯ୍ୟନ୍ତ ଥାନାରେ ବସାଇ ରଖନ୍ତି ଏବଂ ପଦକ୍ଷେପ ନିଆଯିବ କହି କେବଳ ସାନ୍ତ୍ଵନା ଦେଇ ତାଙ୍କୁ ଫେରାଇ ଦେଇଛନ୍ତି ବୋଲି ଅଭିଯୋଗ କହିଛନ୍ତି ପିଡ଼ିତା । ତେବେ ଏ ସମ୍ପର୍କରେ ବାରିପଦା ଏସ ପି ଅଫିସ କୁ ଯାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଇ ନାହାନ୍ତି କି ନେଉଥାନ୍ତି । ଯଦି ଅନ୍ୟ ପକ୍ଷରେ ପୀଡ଼ିତା କହିଛନ୍ତି କି ଯଦି ଆମକୁ କିଛି ନ୍ୟାୟ ନ ମିଳିଛି ତେବେ ସେ ଥାନା ସମ୍ମୁଖରେ ନିଜକୁ ଆତ୍ମାହୁତି ଦେବେ ଏବଂ ଏଥିରେ ଝାରପୋଖାରିଆ ଥାନା ଅଧିକାରୀ ଏଥିପାଇଁ ଦାୟୀ ରହିବେ।

ଉକ୍ତ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାମୁଁ କହିଛନ୍ତି କି ଉକ୍ତ ଘଟଣାର ଅଭିଯୋଗ ନେଇ ପ୍ରଥମେ ସେ ଝରପୋଖରିଆ ଥାନା ଆସିଥିଲେ ତେବେ ସେଠାରେ ଥାନା ଅଧିକାରୀ କେଶ୍ ରେଜିଷ୍ଟର ନକରି ତାଙ୍କୁ ସାଇବର ଅଫିସକୁ ପଠାଇ ଦିଆଯାଇଥିଲା ତେବେ ପୀଡିତା ସାଇବର ଅଫିସ କୁ ଆସିଥିଲେ ସୁଦ୍ଧା ତାଙ୍କର କେଶ୍ ରେଜିଷ୍ଟର ହୋଇ ନ ଥିଲା ଓ ଏହିପରି ଭାବେ ସେମାନେ କିଛିଦିନ ହଇରାଣ ହେଲାପରେ ଏସ ପି ଅଫିସ କୁ ଆସିଥିଲେ ତେବେ ସେଠାରେ ଏସପି ଙ୍କୁ ନପାଇ ଆଡିସନାଲ ଏସ ପି ଙ୍କୁ ଦେଖାକରି ଘଟଣା ବାବଦରେ ଜଣାଇଥିଲେ । ସେଠାରେ ତାଙ୍କର କେଶ୍ ୬ଟା ବେଳକୁ ରେଜିଷ୍ଟେସନ ହୋଇ ଯିବ ଆପଣ ଥାନାକୁ ଯାଆନ୍ତୁ କହିବା ପରେ ମହାଶୟ ମଧ୍ୟ ଚୁପ୍ ହୋଇ ବସିଗଲେ, ବହୁ ହଇରାଣ ହୋଇ ପୀଡିତା ଓ ପରିବାର ଏପ୍ରିଲ ମାସ ୧୧ ତାରିଖ ଦିନ ଥାନାକୁ ଆସିଲେ ଏବଂ ଜାଣିବାକୁ ପାଇଲେ କି ତାଙ୍କ କେଶ ରେଜିଷ୍ଟସନ୍ ହୋଇଯାଇଛି । ତେବେ ଆଜିକୁ ଦେଢ଼ ମାସ ହେବ ଆମକୁ କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି କି ନେଉନାହାନ୍ତି ଫଳ ସ୍ୱରୂପ ସେ ପିଲା ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଷ୍ଟୋଗ୍ରାମ ରେ ସେହି ଭଳିଆ ଭାଇରାଲ କରିଚାଲିଛି । ତେଣୁ କରି ଆମ ପରିବାର ଅନେକ ଚିନ୍ତାରେ ଅଛନ୍ତି ଆଉ ସେ ଝିଅ ମଧ୍ୟ ବାରମ୍ବାର ସୁଇସାଇଡ କରିବାକୁ ଚାହୁଁଛି କିନ୍ତୁ ଆମେ ତାକୁ ବୁଝାଇ ସୁଝାଇ ଏପର୍ଯ୍ୟନ୍ତ ରଖିଛୁ। ତେବେ ଏମିତି ଆଉ କେତେଦିନ ରଖିବୁ । ତେଣୁ ପୀଡ଼ିତାଙ୍କ ପରିବାର ସରକାରଙ୍କୁ ଅନୁରୋଧ କରିଛନ୍ତି କି ଆମକୁ ଅତିଶୀଘ୍ର ନ୍ୟାୟ ପ୍ରଦାନ କରନ୍ତୁ ଏବଂ ନ୍ୟାୟ ପ୍ରଦାନ ର ଅବହେଳାରେ ଆମ ଝିଅର ଯଦି କିଛି କ୍ଷତି ହୁଏ ସେଥିପାଇଁ ସରକାର ଏବଂ ପୋଲିସ ପ୍ରଶାସନ ଦାୟୀ ରହିବେ ବୋଲି ପୀଡ଼ିତାଙ୍କ ମାମୁ ଗଣମାଧ୍ୟମ କୁ କହିଥିଲେ। ତେବେ ଗଣମାଧ୍ୟମ ରେ ଆଜି ଖବର ପ୍ରକାଶ ହେବାପରେ ପୋଲିସ ତତ୍ପରତା ଦେଖାଉ ଥିବାର ଦେଖିବାକୁ ମିଳିଛି। ବାରମ୍ବାର ଏପରି ଘଟଣା କୁ ନେଇ ମୟୁରଭଞ୍ଜ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

0
0
0
s2sdefault