କେନ୍ଦ୍ରାପଡ଼ା:18/05(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟି ଚଞ୍ଚଳତା ସୃଷ୍ଟି କରିଛି। ଚାନ୍ଦୋଳ ସ୍ଥିତ ଟିଭିଏସ ଶୋ-ରୁମ୍ ନିକଟରେ ରାସ୍ତା କଡରେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଅବସ୍ଥାରେ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ କିଛି ସ୍ଥାନୀୟ ଲୋକ ରାସ୍ତା କଡରେ ଯୁବକଙ୍କ ଦେହ ପଡିଥିବା ଦେଖି ଚମକି ଯାଇଥିଲେ। ପରେ ସେମାନେ ଏନେଇ ତୁରନ୍ତ ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ସହ ତଦନ୍ତ ଆରମ୍ଭ କରିଛି।ମୃତକଙ୍କ ପରିଚୟ ବାଙ୍କିମୁଣ୍ଡାଇ ଗ୍ରାମର ଆଶିଷ ମିତ୍ର ବୋଲି ଜଣାପଡିଛି। ତେବେ ତାଙ୍କ ମୃତ୍ୟୁ କେମିତି ଘଟିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହା ଦୁର୍ଘଟଣା ନା କୌଣସି ଅପରାଧଜନିତ ଘଟଣା ତାହାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ଖୋଳତାଡ଼ ଚାଲୁ ରଖିଛି।
ଏହି ଘଟଣାକୁ ନେଇ ଚାନ୍ଦୋଳ ଓ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଓ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ, ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ମୁଖକୁ ଆସିବ ବୋଲି ଆଶା କରାଯାଉଛି।
ରାଜ୍ୟ
ଚାନ୍ଦୋଳରେ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ—ସଦର ଥାନା ପୋଲିସର ତଦନ୍ତ ଆରମ୍ଭ ।
- Hits: 13







