-
ବିରୋଧୀ ବିଧାୟକଙ୍କୁ ପ୍ରଶାସନିକ ଅବହେଳା ଅଭିଯୋଗ
-
ରାତିରେ ଚିଠି ସକାଳେ ବୈଠକକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ
ଭୁବନେଶ୍ୱର; ତା 17.5 ରିଖ ରାୟଗଡ଼ା ଜିଲ୍ଲାରେ ଜିଲ୍ଲା ପ୍ରଶାସନର ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ ରେ ବର୍ଷିଛନ୍ତି ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ। ଗତ ୧୫ ତାରିଖର ରାୟଗଡ଼ା ଜିଲ୍ଲା ଯୋଜନା ବୋର୍ଡ ର ବୈଠକ କୁ ନେଇ ବିବାଦ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି । ଗୁରୁବାର ରାତି ୧୦ ଟା ୨୩ ମିନିଟ୍ ରେ ସରକାରୀ ଚିଠି କରି ଶୁକ୍ରବାର ଦିବା ୧୨ ଘଟିକାରେ ଜିଲ୍ଲା ଯୋଜନା ବୋର୍ଡ ର ଗୁରୁତ୍ୱ ପୂର୍ଣ୍ଣ ବୈଠକ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ। ଜନ ପ୍ରତିନିଧି ମାନେ ବୈଠକ କିଭଳି ଭାବରେ ଉପସ୍ଥିତ ନ ରହି ପାରିବେ, ସେଥିପାଇଁ ସୁଚିନ୍ତିତ ସରକାରୀ ଷଡ଼ଯନ୍ତ୍ର ହୋଇଥିବା କହିବା ସହ ଜିଲ୍ଲା ଯୋଜନା ବୋର୍ଡର ନିର୍ବାଚନ ନ ହେଇ ବୋର୍ଡ ଗଠନ ହେଇ ନଥିବା ବେଳେ ତରବରିଆ ବୈଠକର କଣ ମାନେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। କେବଳ ଗୋଟିଏ ନୁହେଁ ବିଭିନ୍ନ ସମୟରେ ଜିଲ୍ଲାର ତିନି ବିଧାୟକଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରିବା ସହ ବିଧାୟକ ପାଣ୍ଠିର ଉନ୍ନତି ମୂଳକ କାର୍ଯ୍ୟରେ ମଧ୍ୟ ବହୁ ବିଳମ୍ବ କରାଯାଉଥିବା କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବ ସରକାରରେ ବର୍ତମାନର ମୁଖ୍ୟମନ୍ତ୍ରୀ ଏଭଳି ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ଆଣିଥିଲେ ଓ ଏବେ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁଁ ଏଭଳି ସମସ୍ୟାର ସାମ୍ନା କାରୁଛି କହିଛନ୍ତି ଗୁଣୁପୁର ବିଧାୟକ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ବିଭୁତି ଭୂଷଣ ମହାପାତ୍ର ଉପସ୍ଥିତ ରହି ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ନିତ୍ୟାନଦ ଗଣ୍ଡଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗେଜେଟ ବିଜ୍ଞପ୍ତି Orissa District planning committee rules 2000 ଓ amendment, 2016 ଦେଖାଇ ପ୍ରଶାସନକୁ ନିୟମ ପଢାଇଛନ୍ତି । Orissa District planning committee rules 2000 ର ଚାପ୍ଟର IV , business of committee ରେ ଜିଲ୍ଲା ଯୋଜନା ବୋର୍ଡ ବୈଠକର ଅନୁନ୍ୟ ଦଶ ଦିନ ଆଗରୁ ଓ ଜରୁରୀ ପରିସ୍ଥିତିରେ ଅନୁନ୍ୟ ତିନି ଦିନ ଆଗରୁ ବିଜ୍ଞପ୍ତି ଓ ଚିଠି କରିବାର ନିୟମ ଥିଲେ ଶୁଦ୍ଧା କାହିଁକି ଓ କେଉଁ ପରିସ୍ଥିତିରେ ପାଳନ କରାଗଲା ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଥିଲେ । ରାୟଗଡାର ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିଜ ଦାୟିତ୍ୱ ଭୁଲି କେବଳ ତୃତୀୟ ମହଲା ଓ ଖଣି ମାଲିକଙ୍କ ନିର୍ଦ୍ଦେଶ ପାଳନ କରୁଥିବା କହିବା ସହ ସେ ନିଜକୁ ରାଜା ଓ ରାୟଗଡାକୁ ନିଜ ରାଜ୍ୟ ଭାବିବା ଛାଡ଼ନ୍ତୁ ବୋଲି କହିଛନ୍ତି । ଭୁଲ ରୁ ଶିଖି ଭବିଷ୍ୟତରେ ପୁନର୍ବାର ଭୁଲ ନକରିବାକୁ ଅନୁରୋଧ କରିବା ସହ ପୁନରାବୃତି ହେଲେ ଜନଆନ୍ଦୋଳନ ହେବ ବୋଲି ବିଧାୟକ ଶ୍ରୀ ଗମାଙ୍ଗୋ ଓ ମୁଖପାତ୍ର ଶ୍ରୀ ମହାପାତ୍ର ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।







