ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଜି ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ମାଲକାନଗିରି ଠାରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ ହୋଇ ଯାଇଛି । ୧୯୯୮ ପୋଖରାନ-୨ ପରମାଣୁ ପରୀକ୍ଷଣର ବାର୍ଷିକୀ ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଦେଶର ଉନ୍ନତିକୁ ଆଲୋକପାତ କରି ଆଜି ମେରା ଯୁବ ଭାରତ ମାଲକାନଗିରି ଦ୍ୱାରା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶ୍ରୀ ବିଶ୍ୱଜିତ ପାଙ୍ଗୀ ଜୋନାଲ ଲିଡର ଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି। ୨୦୨୬ ବର୍ଷ ରେ ଯୁବ ସମାଜ "ସମଗ୍ରିକ ଅଭିବୃଦ୍ଧି ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ" ଉପରେ ଧ୍ୟାନ କେନ୍ଦ୍ରିତ କରୁଛି, ଯାହା ସ୍ଥାୟୀ ଏବଂ ସୁଗମ ପ୍ରଯୁକ୍ତିବିଦ୍ୟା ବିକାଶକୁ ଗୁରୁତ୍ୱ ଦେଉଛି। ଶ୍ରୀ ଦେବବ୍ରତ ଦାସ ତାଲିମ ଅଧିକାରୀ ମୁଖ୍ୟ ବକ୍ତା ଓ ଶ୍ରୀ ଦମ୍ବୁରୁ ମହନ୍ତ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ମହାକାଶ ଅନୁସନ୍ଧାନ, ଡିଜିଟାଲ୍ ଭିତ୍ତିଭୂମି, ପ୍ରତିରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶ୍ରୀ ସନ୍ତୋଷ ପାତ୍ର ସଂଯୋଜକ ମେରା ୟୁବା ଭାରତ ଏବଂ କେ.ରୋଲାକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିଲେ।








