କଳା ସଂସ୍କୃତି ଏକ ବିକଶିତ ସମାଜର ପ୍ରତିବିମ୍ବ
କେନ୍ଦୁଝର,ତା୧୧/୫- କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କେନ୍ଦୁଝର ଉତ୍ସବ ୨୦୨୬ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା କଳାକାର ସଂଘ ଓ କେନ୍ଦୁଝର ଜିଲ୍ଲା ଆମେଚର ତାଇକୋଣ୍ଡ ସଂଘ ଦ୍ୱାରା ଆୟୋଜନ କରାଯାଇଥିଲା । କେନ୍ଦୁଝର ଜିଲା କଳାକାର ସଂଘର ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କେନ୍ଦୁଝର ଆମେଚର ତାଇକୋଣ୍ଡ ସଂଘର ସଭାପତି ପ୍ରଦୀପ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜି ଗ୍ରୁପର ଅଧ୍ୟକ୍ଷ ରୋଟାରୀଆନ ଡ. ରାଜେନ୍ଦ୍ର କୁମାର ପଲେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ କହି ଥିଲେ ଯେ, କଳାକାରମାନଙ୍କ ପ୍ରତିଭା ପରିପ୍ରକାଶ ପାଇଁ କେନ୍ଦୁଝର ଉତ୍ସବ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଯଥାର୍ଥ । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ସଂଘକୁ ପରାମର୍ଶ ଦେଇଥିଲେ। ଏଥିସହ ଜିଲାରୁ ଲୋପ ପାଇ ଯାଉଥିବା ଆଦିବାସୀ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ସଂଘର ଏହି ପ୍ରୟାସକୁ ସେ ଭୂୟସୀ ପ୍ରଶଂସା କରି ଥିଲେ। ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାରୁ ଲୋପ ପାଇ ଯାଉଥିବା କଳାସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ସଂଘ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବା ଜରୁରୀ ବୋଲି ସେ ମତପୋଷଣ କରିଥିଲେ। ସଭା କାର୍ଯ୍ୟକ୍ରମ କୁ ସଂଘର ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୁର୍ଯ୍ୟୋଧନ ମୁଦୁଲି ମଞ୍ଚ ପରିଚାଳନା କରିଥିଲେ ଓ ସଂଘର ଯୁଗ୍ମ ସମ୍ପାଦିକା ମାନସୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାମାନଙ୍କ ମଧ୍ଯରେ ଅତିଥି ଭାବେ ଟଙ୍କଧର ନାଏକ , ଚୁମୁକି ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
ଏହି କେନ୍ଦୁଝର ଉତ୍ସବ ଅବସରରେ ଗୋଣ୍ଡ ପାରମ୍ପରିକ ଖଣ୍ଡା ନୃତ୍ୟ ସଙ୍ଗୀତ ଗୁରୁ ଅର୍ଜୁନ ଚରଣ ନାୟକ , ନୃତ୍ୟ ଗୁରୁଶ୍ରୀ ଗୁରୁ ଦାସ , କଣ୍ଢେଇ ନୃତ୍ୟ ଗୁରୁ ହରିଶ ଚନ୍ଦ୍ର ଓରାମ , ଶିଶୁ ସହିତ୍ୟିକ କରୁଣାକର ବାରିକ , ସମାଜସେବା ପାଇଁ ପୁଷ୍ପହାସ ପଟ୍ଟନାୟକ , ଭାଷା ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହରେକୃଷ୍ଣ ବେଜ , ସ୍ଵେଚ୍ଛାକୃତ ସମାଜ ସେବା ପାଇଁ ରମେଶ ଚନ୍ଦ୍ର ଜେନା , ଶିକ୍ଷାବିତ ପ୍ରଣବ ରାଉତରାୟ , କବୟତ୍ରୀ ସନ୍ତୋଷିନୀ ଦାଶ , ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ଓ ଯୁବ ସାମ୍ବାଦିକ ବିଜୟ କୁମାର ମିଶ୍ର , ଆନ୍ତର୍ଜାତିକ କ୍ରୀଡାବିତ ଓ ପ୍ରଶିକ୍ଷିକ ଦିଗବିଜୟ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପାର୍ଥସାରଥୀ ସାହୁ ,ଦେବରାଜ ସାହୁ, ରିଧୂମା ଲାୟକ, ସ୍ଥିତିପ୍ରଜ୍ଞା ଗିରି, ପୁଷ୍ପିତା ବାରିକ ,ଆସ୍ଥାମଣି ମାଝୀ ,ଶ୍ରେୟାଶ୍ରୀ ଦାସ , କ୍ରୀତିକାବ୍ୟା ଦାସ, ମନୋଜ ପାତ୍ର, ଅମ୍ବିତ ହାଁସଦା,ମାନସ ବାରିକ, ଏମଡି ସକିଲ ଓ ଜିତେନ୍ଦ୍ର ଓରାମ ପ୍ରମୁଖ ସହଯୋଗ କରିଥିଲେ।







