ହେଡଲାଇନସ୍:

ଜିଲ୍ଲା ମାଟ୍ରିକ ଟପ୍ପର ନମନ ଓ ସୁଦାମଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଝାରସୁଗୁଡ଼ା, ୭/୫: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲାର ଦୁଇ ଜଣ ଛାତ୍ର ନମନ ପ୍ରଧାନ ଏବଂ ସୁଦାମ ବେହେରା ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ମେଧାବୀ ଛାତ୍ରଙ୍କୁ ସେମାନଙ୍କର ଅଦ୍ଭୁତପୂର୍ବ ସଫଳତା ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଗୁରୁବାର ସମ୍ମାନିତ କରିଛନ୍ତି।​ଚଳିତ ମାଟ୍ରିକ ପରୀକ୍ଷାରେ ଝାରସୁଗୁଡା ଏକାତାଳି ମୁନ୍ସିପାଲ ହାଇସ୍କୁଲ ଛାତ୍ର ନମନ ପ୍ରଧାନ ଏବଂ କାଳୀ ମନ୍ଦିର ରୋଡ଼ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ର ସୁଦାମ ବେହେରା ଉଭୟ ୫୭୮ ନମ୍ବର ରଖି ଜିଲ୍ଲା ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ |ତେଣୁ ଝାରସୁଗୁଡା ​ବିଧାୟକ ଟଙ୍କଧର ତ୍ରିପାଠୀ ଦୁଇ ଛାତ୍ର ନମନ ଏବଂ ସୁଦାମ ଙ୍କୁ ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟ ରେ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ​କରିବା ସହିତ ଉଭୟ ଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ଅବସରରେ ବିଧାୟକ କହିଛନ୍ତି ଯେ, ଏହି ଦୁଇ ଛାତ୍ର ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଝାରସୁଗୁଡ଼ା ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାଦାୟୀ ହେବ।
​ଏହି ସମ୍ବର୍ଦ୍ଧନା ସମୟରେ ଛାତ୍ରଙ୍କ ଅଭିଭାବକଙ୍କ ସମେତ ସ୍ଥାନୀୟ ଭାଜପା କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଛାତ୍ରଙ୍କ ଉତ୍ସାହ ବଢ଼ାଇଥିଲେ।

0
0
0
s2sdefault