ଓଡ଼ଗାଁ,୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ହରିଜନ ସାହିର ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଜଲୁ ନାୟକ(୩୦)କୁ ଓଡ଼ଗାଁ ଥାନା ପୋଲିସ ଗିରଫ କରିବା ସହିତ ସ୍ତ୍ରୀ ମାମା ନାୟକ(୨୦) ର ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅନ୍ୟପକ୍ଷରେ ମୃତକ ମାମା ନାୟକର ବାପା ବାହାଡ଼ା ଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ତଳା ଗାଁର ବିପିନ ନାୟକଙ୍କ ଅଭିଯୋଗ ଅନୁସାରେ ଓଡ଼ଗାଁ ପୋଲିସ ୧୧୮/୨୨୬ରେ ବୁଧବାର ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଅଭିଯୋଗ ଅନୁସାରେ ମଙ୍ଗଳବାର ରାତିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ସ୍ବାମୀ ଜୁଲୁ ନାୟକ ଉତ୍ୟକ୍ତ ହୋଇ ଏକ ଲୁହା ଖଣତୀରେ ମୁଣ୍ଡ ଫଟାଇବା ସହିତ ଲୁହାରଡଦେଇ ବେକ ଉପରେ ବସି ପଡ଼ିବାରୁ ମାମାର ମୃତ୍ୟୁ ଘଟିଥିଲା । ଖବରପାଇ ଓଡ଼ଗାଁ ପୋଲିସ ମାମାର ଶବ ଜବତ କରିବା ସହିତ ଜୁଲୁ ନାୟକକୁ ନିଜ ଅକ୍ତିଆଣିଥଲେ । ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ଅଗ୍ରାହ୍ୟ ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ରାଜ୍ୟ
ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ
- Hits: 102







