ହେଡଲାଇନସ୍:

ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ସହ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର ଉଦଘାଟନ କଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପର ପଞ୍ଚାୟତ ଶ୍ରୀବିଷ୍ଣୁପୁର ଗ୍ରାମ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣଗ୍ରାହୀ , ସେଇଭଳି ଖାରଡା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଥିଲେ ବିଧାୟକ। ଖରଡା ଗ୍ରାମ ନିକଟ ରେ ମହିଳା ମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ରର ମଧ୍ୟ ଶୁଭ ଉଦଘାଟନ କରିଥିଲେ ବିଧାୟକ।
ଏହି ସବୁ କୋଠା ନିର୍ମାଣ ପାଇଁ ପୂର୍ବ ସରକାର ଦେଇଥିବା ଟଙ୍କା ରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ଏହି ଉଦଘାଟନୀ ଉତ୍ସବରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମା , ସୀତାପୂର୍ ସରପଞ୍ଚ ତେଜେଶ୍ୱର୍ ରାଓ , ଖାରଡା ସରପଞ୍ଚ ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault