ହେଡଲାଇନସ୍:

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସୁରକ୍ଷା ଓ ପରିବେଶ ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ବିମାନବନ୍ଦର ପରିସରରେ ଏରୋଡ୍ରୋମ କମିଟି ଏବଂ ବିମାନବନ୍ଦର ପରିବେଶ ପରିଚାଳନା କମିଟି ର ଏହି ମିଳିତ ବୈଠକ ସମ୍ପନ୍ନ ହୋଇଛି। ଏହି ବୈଠକରେ ବିମାନବନ୍ଦରର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଶେଷ କରି ବିମାନ ଉଡ଼ାଣ ଏବଂ ଅବତରଣ ସମୟରେ ବନ୍ୟଜନ୍ତୁଙ୍କ ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ଆହ୍ୱାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ରହିଥିବା ଏହି ବନ୍ୟଜନ୍ତୁ ସମସ୍ୟାର ସମାଧାନ ପାଇଁ ବନ ବିଭାଗ ଓ ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିମାନବନ୍ଦରର ଚତୁଃପାର୍ଶ୍ୱରେ ପରିବେଶ ପରିଚାଳନା, ପରିମଳ ବ୍ୟବସ୍ଥା ଏବଂ ପକ୍ଷୀଙ୍କ ପ୍ରାଦୁର୍ଭାବ କମାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଲୋଚନା ହୋଇଛି। ବିମାନବନ୍ଦରକୁ ଅଧିକ ସୁରକ୍ଷିତ ଏବଂ ଯାତ୍ରୀ ଅନୁକୂଳ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି। ଏହି ବୈଠକରେ ବିମାନବନ୍ଦର ନିର୍ଦ୍ଦେଶକଙ୍କ ସମେତ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

0
0
0
s2sdefault