ହେଡଲାଇନସ୍:

ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ସପ୍ତାହବ୍ୟାପୀ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜି ତାଳପଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ଗଡତିଆ ଅଧ୍ୟକ୍ଷତା କରି ବାଳ୍ୟ ବିବାହର କୁପ୍ରଭାବ ଓ ଏଥିପାଇଁ ଥିବା କଠୋର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ଝିଅର ବୟସ ୧୮ ବର୍ଷ ଓ ପୁଅର ବୟସ ୨୧ ବର୍ଷରୁ କମ୍ ଥିବା ସମୟରେ ବିବାହ କରାଇବା ଏକ ଅପରାଧ। ‘ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬’ ଅନୁଯାୟୀ, ଏହି କାର୍ଯ୍ୟରେ ସମ୍ପୃକ୍ତ କିମ୍ବା ସହଯୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ଏଥିସହ ମ୍ୟାଟ୍ରିକ୍ କିମ୍ବା +୨ ପରେ ପାଠ ଛାଡ଼ିଥିବା କିଶୋର କିଶୋରିମାନେ କିପରି ଆଇ ଟି ଆଇ ଝାରସୁଗୁଡ଼ା ଓ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର, ଭୁବନେଶ୍ୱରରୁ ତାଲିମ ନେଇ ସ୍ୱାବଲମ୍ବୀ ହୋଇପାରିବେ, ସେ ବିଷୟରେ ସେ ପରାମର୍ଶ ଦେଇଥିଲେ। ସେହିପରି ସେଣ୍ଟର ଆଡମିନିଷ୍ଟ୍ରେଟର ମଧୁମିତା ବରାଳ ମହିଳା ଓ ଶିଶୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ହେଲ୍ପଲାଇନ୍ ନମ୍ବର ଯଥା- ୧୮୧, ୧୦୯୮ ଓ ୧୧୨ ସେବା ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ‘ଶକ୍ତି ସଦନ ଆଶ୍ରୟ ଗୃହ’ ମାଧ୍ୟମରେ ଅସହାୟ ମହିଳାଙ୍କୁ ଆଶ୍ରୟ ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଥିବା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚୂଡାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସ୍କଲାରସିପ୍ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଚାଇଲ୍ଡ ହେଲ୍ପଲାଇନ୍ ୧୦୯୮ ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରୁଥିବା ନେଇ ଜିଲ୍ଲା ସଂଯୋଜକ ସୂଚନା ଦେଇଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ଏଜ ୟୁ ବି କର୍ମଚାରୀ ଜୁବଲି ରାଣୀ ପଟେଲ, ଝସକେତନ ସା, ସଞ୍ଜୟ ଭୋଇ ଓ ଶିବମ ପଟେଲ ସହଯୋଗ କରିଥିଲେ। ଯାଜ୍ଞସେନୀ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲ୍ୟବିବାହମୁକ୍ତଓଡିଶା ଅଭିଯାନକୁ ସଫଳ କରିବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ କାମନା କରାଯାଇଛି।

0
0
0
s2sdefault