ହେଡଲାଇନସ୍:

ଆମ୍‌କୋ-ସିମ୍‌କୋ ଶହୀଦ ସ୍ମାରକୀ କମିଟି ପକ୍ଷରୁ ୪୯ ଜଣ ଶହୀଦଙ୍କୁ ଭକ୍ତିପୁତ ଶ୍ରଦ୍ଧାଞଳି ଅର୍ପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 



ରାଉରକେଲା:(ବସନ୍ତ କୁମାର ଜେନା) ଆମ୍‌କୋ-ସିମ୍‌କୋରେ ବ୍ରିଟିସ ଗୁଳିରେ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧଞଳୀ ଅର୍ପଣ କରାଯାଇଛି । ୮୮ ତମ ଶହୀଦ ଦିବସରେ ପାନପୋଷ ଉପଜିଲ୍ଲ୍‌ାପାଳ ତଥା ଆମ୍‌କୋ-ସିମ୍‌କୋ ଶହୀଦ ସ୍ମାରକୀ କମିଟିର ଅ୍ମକ୍ଷ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣମରା ସମାଧି ପୀଠ ଓ ଆମ୍‌କୋ-ସିମ୍‌କୋର ଶହୀଦ ପୀଠରେ ଭକ୍ତିପୁତ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଏହି ପରିପେକ୍ଷୀରେ ଶ୍ରୀ ନାୟକ କହିଲେ ଯେ ଖୁଂଟକାଟୀ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ୧୯୩୯ ମସିହାରେ ବ୍ରିଟିସ ଗୁଳୀରେ ଶହୀଦ ହୋଇଥିବା ଆଦିବାସୀଙ୍କ ତ୍ୟାଗ ଓ ବଳିଦାନ ସ୍ମରଣୀୟ । ରାଜ୍ୟସରକାର ଆମ୍‌କୋ-ସିମ୍‌କୋକୁ ପର୍ଯ୍ୟଟନ ସ୍ଥଳୀରୁପେ ଘୋଷଣା କରିବା ସହ ଶହୀଦଙ୍କ ଉଦେଶ୍ୟରେ ଜାଲିୟାନାୱାଲାବାଗ ଢାଂଚାରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରିଛନ୍ତି । ଆମ୍‌କୋ-ସିମ୍‌କୋର ସମସ୍ତ ପ୍ରଗତୀ ମୂଳକ କାର୍ଯ୍ୟ ଚାଲିଛି ଏବଂ ଖୁବ ଶିଘ୍ର ଉଦ୍‌ଘାଟନ କରାଯିବ ବୋଲି କହିଥିଲେ । ଏହା ଦ୍ୱାରା ଆଗାମି ଦିନରେ ସୁନ୍ଦରଗଡ ଜିଲ୍ଲା ଓଡିଶା ମାନଚିତ୍ରରେ ଆଉ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଥିଲେ । ଆମ୍‌କୋ-ସିମ୍‌କୋ ଶହୀଦ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ଶହୀଦ ସ୍ମାରକୀ କମିଟିର ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡା ଓ ୪୯ ଜଣ ନିରିହ ଆଦାବାସୀଙ୍କ ପ୍ରାଣବଳୀ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମାରକୀ କମିଟିର ଉପା୍ମକ୍ଷ ପ୍ରେ‘ସର ବିଜୟ କୁମାର ଟପ୍ପୋ କହିଲେ ଯେ ଆଜିକୁ ୮୮ବର୍ଷ ତଳେ ଅର୍ଥାତ ୧୯୩୯ ମସିହାର ଆଜିର ଦିନରେ ବ୍ରିଟିଶ ଗୁଳିରେ ପ୍ରାଣବଳୀ ଦେଇ ଶହୀଦ ହୋଇଥିବା ୪୯ ଜଣ ଆଦିବାସୀଙ୍କ ରକ୍ତ ରଂଜିତଏହି କ୍ଷେତ୍ର ସେମାନଙ୍କ ବିରତ୍ୱ ଓ ସଂଗ୍ରାମ କଥା ମନେ ପକାଉଛି । ସାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ଦୃଢ ନେତୃତ୍ୱ ହିଁ ସେତେବେଳେ ବ୍ରିଟିସ ମାନଙ୍କ ନିଦ ହଜେଇ ଦେଇଥିଲା । ଖୁଂଟ୍‌କାଟି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସେମାନଙ୍କ ବଳିଦାନ ଆଜି ଆଦିବାସୀ ସଂପ୍ରଦାୟଙ୍କୁ ସେମାନଙ୍କ ତ୍ୟାଗପୁତ ଜୀବନ ବିଷୟରେ ସ୍ମରଣ କରାଉଛି । । ଏତ୍‌ତବ୍ୟତୀତ ବେଦବ୍ୟାସ ଛକରେ ନିର୍ମଳମୁଣ୍ଡାଙ୍କ ୧୦ ‘ୁଟ ଉଚ୍ଚର ଏକ ବ୍ରୋଞ ପ୍ରତିମୂର୍ତୀ ଖୁବ ଶିଘ୍ର ସ୍ଥାପନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍‌ଘାଟିତ ହେବାକୁ ସ୍ଥିରିକୃତ ହୋଇଛି ବୋଲି କହିଥିଲେ । ଏହି ଅବସରରେ ପୁର୍ବତନ ବିଧାୟକ ଶଙ୍କର ଓରାମ ହାଲୁ ମୁଣ୍ଡାରି, ଜିଲ୍ଲା ପରିଷଦର ପୁର୍ବତନ ଅ୍ମକ୍ଷା ଏମ୍ମା ଏକ୍କା,ବିରମିତ୍ରପୁର ପୈାରପାଳିକାର ଅ୍ମକ୍ଷ ସନ୍ଦୀପ ମିଶ୍ର, ଉପା୍ମକ୍ଷା ନିବେଦିତା ବାଗ, କୁଆଁରମୁଣ୍ଡା ବ୍ଳକ ଅ୍ମକ୍ଷା ଜ୍ୟୋତି କେରେକେଟା. ପାନପୋଷ ପିଏ.ଆଇଟିଡିଏ ବିକ୍ରଣୀ କିସପଟ୍ଟା, ବିରମିତ୍ରପୁର ତହସିଲଦାର ଗୈାରୀ ନାୟକ, ବିରମିତ୍ରପୁର ପୈାରପାଳିକାର ନିର୍ବାହୀ ଅଧିକାରୀ ୟାସିର ଅହମ୍ମଦ କୁଆଁରମୁଣ୍ଡା ବିଡିଓ ଡା.ଜଗଦ୍ୱିଶ ମହାନନ୍ଦିଆ, ସମିତି ସଭ୍ୟ ରାଜେନ୍ଦ୍ର କୁଜୁର ଓ ନେଭିନ କେରେକେଟା, ପୁର୍ବତନ ଉପା୍ମକ୍ଷ ଏସ.ଏସ.ସାହୁ, ପୁର୍ବତନ ପୁଲିସ ଅତିରିକ୍ତ ଏସ.ପି ସୁମନ ଦତ, ବିରମିତ୍ରପୁର ଏସଡିପିଓ, ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଡୁର୍ବତନ ଅ୍ମକ୍ଷ ଡ.ଭବାନୀ ଶଙ୍କର ଚାଣ୍ଡେଲ, ‘୍ଲାବିଆନୁସ ଏକ୍କା ପ୍ରମୁଖ ଶହୀଦ ପୀଠରେ ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ଏହା ପୂର୍ବରୁ ବ୍ରାହ୍ମଣମରା ଶହୀଦ ସମାଧି ସ୍ଥଳରେ ପାନପୋଷ ଉପଜିଲ୍ଲାପାଳ ତଥା ଶହୀଦ ସ୍ମାରକୀ କମିଟିର ଅ୍ମକ୍ଷ ଶ୍ରୀ ନାୟକ ଓ ଉପା୍ମକ୍ଷ ପ୍ରେ‘ସର ଟପ୍ପୋ ଶ୍ରଦ୍ଧାଂଜଳୀ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବିରମିତ୍ରପୁର ପୈାରପାଳିକାର ଅ୍ମକ୍ଷ ସନ୍ଦୀପ ମିଶ୍ର ଯୋଗଦେଇ ଶହୀଦ ସମାଧି ସ୍ଥଳର ସୈାନ୍ଦର୍ଯୀ କରଣ ସହ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ଏବଂ ପୈାରପାଳିକା ଦ୍ୱାରା ପ୍ରସ୍ତୁତ ଏକ ଆବାସିକ ସ୍ଥଳୀକୁ ନିର୍ମଳ ମୁଣ୍ଡାଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ବିଭିନ୍ନ ଗଣ ମା୍ମମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଶହୀଦ ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶହୀଦଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ସର୍ବଧର୍ମ ପ୍ରାର୍ଥନା ମନଜିତ ସିଂହ, ଗୁଲାମ ଅହମ୍ମଦ, ତପନ ଦାଶ ଓ ସୁନିଲ ବାଗେଙ୍କ ଦ୍ୱାରା କରାଯାଇଥିଲା । ବିରମିତ୍ରପୁର ପୈାରପାଳିକାର ହେମନ୍ତ କୁମାର ତିୱାରୀ, ବିଜୟ ରଂଜନ ଚଣ୍ଡେଲ, ବିଦ୍ୟୁତ କୁମାର ଦାସ, ସୁବ୍ରତ କୁମାର ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ ।

0
0
0
s2sdefault