ହେଡଲାଇନସ୍:

ଗଜପତି ରେ ସି ଏମ୍ ଟ୍ରଫି ଖୋ ଖୋ ର ଉଦ୍ଘାଟନ : ଭାଗ ନେଲେ ୧୪ ଗୋଟି ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର ) ଗଜପତି ଜିଲ୍ଲା ପ୍ରଶାସନ କ୍ରୀଡା ବିଭାଗ ପକ୍ଷରୁ ୧୪ ବର୍ଷ ରୁ କମ "ମୁଖ୍ୟମନ୍ତ୍ରୀ ଟ୍ରଫି" ଅନ୍ତଃ କ୍ଳବ ଓ ଅନ୍ତଃ ଜିଲ୍ଲା ଖୋ ଖୋ ଚାମ୍ପିୟନସିପ -୨୦୨୬ ସ୍ଥାନୀୟ ଭେଙ୍କଟେଶ୍ୱର ଉଚ୍ଚ ବିଦ୍ୟାଳୟ , ଗାରବନ୍ଧା ଠାରେ ଉଦଘାଟିତ ହୋଇଯାଇଛି।
ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ , ଜ଼ିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତ୍ରୀନାଥ ସାହୁ , ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ପାତ୍ର ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏହି ଟ୍ରଫି କୁ ଉଦଘାଟନ କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତ ପି ଇ ଟି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ , ଭୋଳୁଣ୍ଟରର୍ସ ପୋଲିସ କର୍ମଚାରୀ ମାନେ ଯୋଗଦେଇ ଖେଳାଳୀ
ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ସମୁଦାୟ ୧୦ ଗୋଟି ବାଳକ ବର୍ଗ ଏବଂ ୬ ଗୋଟି ବାଳିକା ବର୍ଗ ଟିମ ଭାଗ ନେଇଥିଲେ। ନାକ ଆଉଟ ପର୍ଯ୍ୟାୟ ରେ ଅନୁଷ୍ଠିତ ଏହି ମ୍ୟାଚ ରେ ଶେଷରେ ଗୋଷାଣୀ thunders ଚାମ୍ପିୟନ ହୋଇଥିବା ବେଳେ ରାୟଗଡା ୱରିୟାର୍ସ ରୋନର୍ସ ଅପ ହେଇଥିଲେ। ସେହିଭଳି ବାଳିକା ବର୍ଗ ରେ ରାୟଗଡା ଦିବସ ଚାମ୍ପିୟନ ହୋଇଥିବା ବେଳେ ଗୋଷାଣୀ ଚ୍ୟାଲେଞ୍ଜର୍ସ ରୋନେର୍ସ ଅପ ହେଇଥିଲେ ଏବଂ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହେଇଥିଲେ। ଏହି ଖେଳାଳିମାନେ ଜୋନ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି କ୍ରୀଡା ବିଭାଗ ପକ୍ଷରୁ ସୂଚନା ମିଳିଛି।

0
0
0
s2sdefault