ନୂଆଦିଲ୍ଲୀ : ଇଣ୍ଡୋ କ୍ୟାରିବିଆନ୍ ଚାମ୍ବର ଅଫ କମର୍ସ ଆଣ୍ଡ ଡେଭେଲପମେଣ୍ଟ (ଆଇସିସିସିଡି) ବିଶିଷ୍ଟ ଅର୍ଥନୀତିଜ୍ଞ ଶିବଦତ୍ତ ଦାସଙ୍କୁ ଏହାର ନୂତନ ଗ୍ଲୋବାଲ୍ ପ୍ରେସିଡେଣ୍ଟ ଭାବରେ ନିଯୁକ୍ତ କରିବା ସମ୍ପର୍କରେ ଗର୍ବର ସହିତ ଘୋଷଣା କରିଛି । ଏହି ରଣକୋ÷ଶଳାତ୍ମକ ନେତୃତ୍ୱଗତ ପ୍ରୟାସ ଇଣ୍ଡୋ-କ୍ୟାରିବିଆନ୍ ସମୁଦାୟ ଏବଂ ବୈଶ୍ୱିକ ବଜାର ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା, ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ଆଗେଇନେବା ଲକ୍ଷ୍ୟ ରଖିଛି ।
ଶିବଦତ୍ତ ଦାସଙ୍କର ଅର୍ଥନୈତିକ, ଭିତ୍ତିଭୂମି ଅର୍ଥଲଗାଣ ଏବଂ ଆନ୍ତର୍ଜାତିକ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ବିଶେଷ ଜ୍ଞାନ ରହିଛି ଏବଂ ତାଙ୍କର କ୍ୟାରିୟର, ଭାରତ, ଜାପାନ, ଏମ୍ଇଏ, କଚ୍ଛାର ଏବଂ ସମୁଦାୟ କ୍ୟାରିବିଆନ୍ ଅଞ୍ଚଳରେ ପରିବ୍ୟାପ୍ତ ରହିଆସିଛି । ତାଙ୍କ ମାର୍ଗଦର୍ଶନ ଅଧୀନରେ ଆଇସିସିସିଡ ସରକାରୀ-ଘରୋଇ ଅଂଶୀଦାର ବ୍ୟବସ୍ଥା, ସାଂସ୍କୃତିକ-ଅର୍ଥନୈତିକ ପ୍ରୟାସସମୂହ ଏବଂ ପ୍ରବାସୀ ବ୍ୟବସାୟୀଙ୍କ ନିମନ୍ତେ ସୁଯୋଗକୁ ଅଗ୍ରାଧିକାର ଦେବ ।
“ଆଇସିସିସିଡିକୁ ସହଯୋଗୀତା ଏବଂ ଅଭିବୃଦ୍ଧିର ଏକ ସମୃଦ୍ଧ ଯୁଗକୁ ଆଗେଇନେବା ନିମନ୍ତେ ଶିବଦତ୍ତ ଦାସଙ୍କୁ ନେଇ ଆମେ ଉଲ୍ଲସିତ ରହିଛୁ,” ବୋଲି ଆଇସିସିସିଡିର ଜଣେ ମୁଖପାତ୍ର କହିଛନ୍ତି । “ତାଙ୍କର ଦୂରଦୃଷ୍ଟି ପରିବର୍ତ୍ତିତ ବୈଶ୍ୱିକ ଗତିଶୀଳତା ମଧ୍ୟରେ ଇଣ୍ଡୋ-କ୍ୟାରିବିଆନ୍ ଉଦ୍ୟୋଗଗୁଡିକୁ ସଶକ୍ତ କରିବାକୁ ଆମର ରହିଥିବା ଲକ୍ଷ୍ୟ ସହିତ ସଠିକ ମେଳ ଖାଉଛି,” ବୋଲି ସେ ଉଲ୍ଲେଖ କରିଛନ୍ତି ।
ରାଜ୍ୟ
ଇଣ୍ଡୋ କ୍ୟାରିବିଆନ୍ ଚାମ୍ବର ଅଫ କମର୍ସ ଫର୍ ଡେଭେଲପମେଣ୍ଟ - ଆଇସିସିସିଡି ଅର୍ଥନୀତିଜ୍ଞ ଶିବଦତ୍ତ ଦାସଙ୍କୁ ଗ୍ଲୋବାଲ୍ ପ୍ରେସିଡେଣ୍ଟ ଭାବରେ ନିଯୁକ୍ତ କଲା
- Hits: 48








