ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ 22 ଜଣ କନ୍ୟାଙ୍କର ବିବାହ ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୟାଗଡ଼(ବିଶ୍ୱଜିତ୍ ନାୟକ) :- ନୟାଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ 22 ଜଣ କନ୍ୟା ମାନଙ୍କର ବିବାହ ସମ୍ପନ୍ନ ହୋଇଯାଇଛି l ନୟାଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଏକ ଆଡମ୍ବର ପୂର୍ଣ୍ଣ ପରିବେଶ ରେ ଜିଲ୍ଲାର ଆଠ ଗୋଟି ବ୍ଲକରୁ ଆସିଥିବା 22ଜଣ ଆର୍ଥିକ ଅନାଗ୍ରସର ବର୍ଗର କନ୍ୟା ମାନଙ୍କୁ ସରକାରୀ ସ୍ତରରେ ବିବାହ କରାଯାଇ ଅଛି l ଏହି ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାରେ ସ୍ବେଛାସେବୀ ଅନୁଷ୍ଠାନ ସେବାକୁ ଦାୟୀତ୍ୱ ପ୍ରଦାନ କରାଯାଇ ସେବା ଦ୍ୱାରା ପଠାଣି ସାମନ୍ତ ସଂସ୍କୃତି ଭବନକୁ ଆକର୍ଷଣୀୟ ଭାବେ ସାଜ ସଜା କରାଯାଇଥିଲା l କନ୍ୟାବିବାହ ପାଇଁ 22ଗୋଟି ବେଦୀ ପ୍ରସ୍ତୁତ କରାଯାଇ ସେହି ପରିମାଣର ହୋମ କୁଣ୍ଡ ପ୍ରସ୍ତୁତ କରାଯାଇଥିଲା l 22ଜଣ ପୁରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ମଙ୍ଗଳ ବାଦ୍ୟ ରେ ନୟାଗଡ଼ ସହରରେ ଆଜି ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି କରିଥିଲା l

ସକାଳ 8ଘଟିକା ରୁ ଆରମ୍ଭ ହୋଇଥିବା ଏହି ସାମୂହିକ ବିବାହ କାର୍ଯ୍ୟ 12ଘଟିକା ସମୟ ପର୍ଯ୍ୟନ୍ତ ଚାଲିଥିଲା l ଜିଲ୍ଲାପାଳ ମଧୁମିତା ରଥ ଙ୍କ ମାର୍ଗଦର୍ଶନ ରେ ବିବାହ କାର୍ଯ୍ୟ ଚାଲିଥିଲା lଦିବା 12ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ରୂପେ ଖଣ୍ଡପଡ଼ାର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇଥିଲେ l ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସିପାଲିଟି ର ଅଧକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲା ପାଳ ରୋଜିନା ଦାସ,ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍ଜ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସମାଜ କଲ୍ୟାଣ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ଓ ସେବା ଅନୁଷ୍ଠାନର ସଞ୍ଜୟ କୁମାର ସୁବୁଦ୍ଧି ଯୋଗ ଦେଇ ବର କନ୍ୟା ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ସମସ୍ତ ନବ ବିବାହିତ ଦମ୍ପତି ଙ୍କୁ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା ।'ସେବା' ଦ୍ୱାରା ଝିଅ ପେଡି ଓ ଉପହାର ପ୍ରଦାନ କରାଯାଇଥିଲା l

0
0
0
s2sdefault