ହେଡଲାଇନସ୍:

ଲକ୍ଷ୍ୟ ନିକେତନ (ଭଞ୍ଜନଗର ଶାଖା)ର ଶୁଭ ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗରରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ "ଲକ୍ଷ୍ୟ ନିକେତନ" (ଭଞ୍ଜନଗର ଶାଖା)ର ଶୁଭ ଉଦଘାଟନ କରିଛନ୍ତି, ଯାହା ପ୍ରଶାସନ ସେବାରେ ନୂତନ ସୁବିଧା ଓ ସୁଯୋଗ ପ୍ରଦାନ କରିବ। ଏହି ନୂତନ କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ସାମାଜିକ କଳ୍ୟାଣ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଆଜି ୨୦ ତାରିଖ ଏପ୍ରିଲ୍ ମାସ ସୋମବାର ୨୦୨୬ ଦିନ ରେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ରୋଡ଼ ରେ ଥିବା ସିଟି ଟ୍ରେନିଂ ସ୍କୁଲ୍ ପାଖରେ ନୂତନ ଭାବରେ ଲୋକାର୍ପଣ ହୋଇଛି। ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଛନ୍ତି, “ଲକ୍ଷ୍ୟ ନିକେତନ" ଭଞ୍ଜନଗରର ଯୁବପିଢ଼ି ପାଇଁ ନୂତନ ଦ୍ୱାର ଖୋଲିବ। ସରକାର ଏଭଳି କାର୍ଯ୍ୟକ୍ରମକୁ ସମର୍ଥନ କରୁଛନ୍ତି।” ସମସ୍ତଙ୍କ ସଫଳ କାମନା କରିଛନ୍ତି। କାର୍ଯ୍ୟକ୍ରମ ରେ , ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା , ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ନିଳମାଧବ ପାତ୍ର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି , ବ୍ଲକ ଅଧ୍ୟକ୍ଷ ଶ୍ରୀ ନରୀସଭା ନାୟକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଏହି କାର୍ଯ୍ୟ କ୍ରମର ସଫଳତା ପାଇଁ ପ୍ରଚେଷ୍ଟା ଅତୁଳନୀୟ ଅଟେ ।
ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ପ୍ରକାଶ କରିଛନ୍ତି ଯେ ଦିଲ୍ଲୀ ସହର ର ସାରଥୀ ଆଇ.ଏ.ଏସ୍ ଏକାଡେମୀ ଦ୍ୱାରା ଅଭିଜ୍ଞ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନ ସେବା ଅଧିକାରୀ ମାନଙ୍କ ଦ୍ୱାରା ଅନଲାଇନ କ୍ଲାସ ପ୍ରଦାନ କରାଯିବା, ଏଥି ସହ ସ୍ଥାନୀୟ ଅଭିଜ୍ଞ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ଶିକ୍ଷା ପ୍ରଦାନ କରିବେ। ସେ କହିଛନ୍ତି ଯେ ପ୍ରଶାସନ ସେବା ରେ ୧୦୦୦ ପରୀକ୍ଷାର୍ଥୀ ମଧ୍ୟରୁ ଜଣେ ମାତ୍ର ଯୋଗ୍ୟ ବିବେଚିତ ହେଉଛନ୍ତି , କିନ୍ତୁ ଭଞ୍ଜନଗର ଲକ୍ଷ ନିକେତନର ସମସ୍ତ ୪୦ ଜଣ ସେହି ଜଣଙ୍କ ମଧ୍ୟ ରେ ଯୋଗ୍ୟବିବେଚିତ ହେବେ ଓ ଏଥି ପାଇଁ ସମସ୍ତ ଛାତ୍ର ଛାତ୍ରୀ କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ କରିବା ପାଇଁ ଉପଦେଶ ଦେଇଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ସଭା ପରିଚାଳନା କରିଥିଲେ ଏବଂ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault