ହେଡଲାଇନସ୍:

କାଶୀପୁର ପ୍ରିମିୟର୍ ଲିଗ୍ ୫.୦ ଉଦଯାପିତ: ରାଇଜିଂ ଷ୍ଟାର କୁ ହରାଇ ଡ୍ରିମ୍ ୱାରିଅର୍ସ ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଆୟୋଜିତ “କାଶୀପୁର ପ୍ରିମିୟର୍ ଲିଗ୍ (KPL) ୫.୦” କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚମକଦାର ଭାବେ ଉଦଯାପିତ ହୋଇଯାଇଛି। ସ୍ଥାନୀୟ କଲେଜ ପଡିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ବିଭିନ୍ନ ଦଳ ଅଂଶଗ୍ରହଣ କରିଥିଲେ।
ଫାଇନାଲ୍ ମ୍ୟାଚ୍‌ଟି ଡ୍ରିମ୍ ୱାରିଅର୍ସ ଓ ରାଇଜିଂ ଷ୍ଟାର୍ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ଟସ୍ ଜିତି ରାଇଜିଂ ଷ୍ଟାର୍ ଦଳ ବ୍ୟାଟିଂ କରି ୨୦ ଓଭରରେ ୨୧୮ ରନ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଡ୍ରିମ୍ ୱାରିଅର୍ସ ଦଳ ଲକ୍ଷ୍ୟକୁ ପିଛା କରି ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ। ଅପନର ବ୍ୟାଟ୍ସମ୍ୟାନ୍ ମନୋଜ କୁମାର ଝୋଡ଼ିଆ ୬୯ଟି ବଲରେ ଅଦ୍ଭୁତ ୧୨୬ ରନ ସଂଗ୍ରହ କରି ଦଳକୁ ବିଜୟ ଦିଗରେ ଆଗେଇ ନେଇଥିଲେ। ଶେଷରେ ଡ୍ରିମ୍ ୱାରିଅର୍ସ ଦଳ ରାଇଜିଂ ଷ୍ଟାର ର୍କ ୧୧୦ ରନରେ ଆଉଟ୍ କରି ସ୍ପଷ୍ଟ ଭାବେ ବିଜୟୀ ହୋଇଥିଲେ।
ଉଦଯାପନୀ ଅବସରରେ ବେଦାନ୍ତର ଉପସଭାପତି ପ୍ରତିକ କୁମାର, ସିଏଚଆର ହେଡ୍ ଦିଲିପ ପ୍ରଜାପତି ଓ ନିଧି କୁମାରୀ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ବିଜୟୀ ଦଳକୁ ଟ୍ରଫି ଓ ଚେକ୍ ପ୍ରଦାନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ କେପିଏଲ୍ ଅଧ୍ୟକ୍ଷ ସୀତାରାମ ସାହୁ, ଉପାଧ୍ୟକ୍ଷ ଦିଲିପ ନାଏକ ଓ ସମ୍ପାଦକ ସନ୍ତୋଷ ଗୌଡ଼ ସହ ୮ଟି ଦଳର ମାଲିକ ଓ ଖେଳାଳିମାନେ ଉପସ୍ଥିତ ରହିଥିଲେ। ଫାଇନାଲ୍ ମ୍ୟାଚକୁ କୃତ୍ତିବାସ ନାଏକ ଓ ଅମିତ କୁମାର ବୈଦ୍ୟ ପରିଚାଳନା କରିଥିଲେ।
ଖେଳ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। କେପିଏଲ୍ ପରିଚାଳନା କମିଟି ପକ୍ଷରୁ ପ୍ରତିବର୍ଷ ଏହିପରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଅଞ୍ଚଳରେ ଭାଇଚାରା ଓ କ୍ରୀଡ଼ା ମନୋଭାବ ବୃଦ୍ଧି କରାଯାଉଥିବା କଥା ଜଣାଇଥିଲେ।
ଶେଷରେ ସମସ୍ତ ଦଳର ଖେଳାଳି ଓ ମାଲିକମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଥିଲା।

0
0
0
s2sdefault