ହେଡଲାଇନସ୍:

ଉତ୍କଳ ଆଲୁମିନା ପକ୍ଷରୁ ରାଉଲିଘାଟିରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ିର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତର ରାଉଲିଘାଟି ଗ୍ରାମରେ ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ିର ଶୁଭାରମ୍ଭ ହୋଇଯାଇଛି। ଏହି ଅଞ୍ଚଳଟି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ଲୋକମାନେ ଗୁଣି-ଗାରେଡ଼ିରେ ବିଶ୍ୱାସ କରିଥାନ୍ତି ଏବଂ ଜ୍ୱର, ଝାଡ଼ା, ବାନ୍ତି ପରି ରୋଗରେ ପୀଡ଼ିତ ହେଲେ ମଧ୍ୟ ଯାନବାହନର ଅଭାବରୁ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚି ପାରୁନଥିଲେ। ଫଳରେ କେତେକ ଘଟଣାରେ ମୃତ୍ୟୁ ମଧ୍ୟ ଘଟିଥିବା ଦେଖାଯାଇଛି।
ଏପରି ପରିସ୍ଥିତିରେ ଉତ୍କଳ ଆଲୁମିନା ପକ୍ଷରୁ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ି ଯୋଗାଣ ଅଞ୍ଚଳବାସୀଙ୍କ ପାଇଁ ଏକ ବଡ଼ ସହାୟତା ସାବ୍ୟସ୍ତ ହୋଇଛି। ଏହା ମାଧ୍ୟମରେ ଦୂରଦୂରାନ୍ତର ଗ୍ରାମରେ ଥିବା ଲୋକମାନେ ଘର ନିକଟରେ ହିଁ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ସିଏସଆର ବିଭାଗର ଅଧିକାରୀ ଶ୍ରୀ ମନୋଜ କୁମାର ଦାସଙ୍କ ନେତୃତ୍ୱରେ ଗାଡ଼ିଟି ଉଦ୍ଘାଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅଣ୍ଡିରାକଞ୍ଚ ଥାନାର ଏସଆଇ ଶ୍ରୀ ଅରୁଣ କୁମାର ପାତ୍ର ଉପସ୍ଥିତ ଥିଲେ। ସେହିପରି ସିଏସଆର ପକ୍ଷରୁ ଦିଲିପ ନାଏକ, ନିରୁପମା ବାରିକ, ଦେବୀ ପ୍ରିୟା ଓ କୋଡିପାରି ପଞ୍ଚାୟତର ସରପଞ୍ଚ ଶ୍ରୀ ଡମ୍ବରୁଧର ମାଝୀ, ମାନବିକ ଅଧିକାର ରକ୍ଷକ ସଦନ ମାଝୀ ସହ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ସରପଞ୍ଚ ଶ୍ରୀ ଡମ୍ବରୁଧର ମାଝୀ କହିଥିଲେ ଯେ, ଏହି ସ୍ୱାସ୍ଥ୍ୟ ସେବା ଗାଡ଼ି ମାଧ୍ୟମରେ ପ୍ରାୟ ୨୭ଗୋଟି ଗ୍ରାମର ଲୋକ ଉପକୃତ ହେବେ ଏବଂ ଗ୍ରାମବାସୀଙ୍କ ଘରଦୁଆର କୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇଥିବାରୁ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉତ୍କଳ ଆଲୁମିନା ପକ୍ଷରୁ ମଧ୍ୟ ଏହିପରି ଜନହିତକାରୀ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି କୁହାଯାଇଛି। ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇବା ସହ ଲୋକମାନେ ସମୟରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି ।

0
0
0
s2sdefault