ହେଡଲାଇନସ୍:

ଅକ୍ଷୟ ତୃତୀୟା ଦିନ ଅତାବିରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ସାରା ଓଡ଼ିଶାରେ ପବିତ୍ର ଅକ୍ଷୟ ତୃତୀୟା ପର୍ବ ଉତ୍ସାହର ସହ ପାଳିତ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଅତାବିରାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି। କୃଷି ଋତୁର ଆରମ୍ଭକୁ ସୂଚିତ କରୁଥିବା ଏହି ପବିତ୍ର ଦିନରେ ଚାଷୀମାନଙ୍କ ସହ ସଂପୃକ୍ତ ହୋଇ ଅନୁଷ୍ଠିତ କାର୍ଯ୍ୟକ୍ରମ ଏକ ଅଲଗା ମାହୋଲ ସୃଷ୍ଟି କରିଥିଲା।ଶ୍ରୀ ସାମଲ ବରଗଡ଼ରୁ ବାଇକ୍ ରାଲି ଯୋଗେ ଅତାବିରା ପହଞ୍ଚି ଚକୁଳି ଫାର୍ମରେ ଆୟୋଜିତ କୃଷି ଅନୁଷ୍ଠାନରେ ଯୋଗଦେଇଥିଲେ। ସେଠାରେ ଚାଷୀମାନଙ୍କ ସହିତ ମିଶି ପାରମ୍ପରିକ ‘ଆଖି ମୁଠି ଅନୁକୂଳ’ କାର୍ଯ୍ୟ ସମ୍ପାଦନ କରି ବିହନ ବୁଣିଥିଲେ, ଯାହା କୃଷି କାର୍ଯ୍ୟର ଶୁଭାରମ୍ଭର ପ୍ରତୀକ।ଏହା ଦେଖିବା ପାଇଁ ବହୁ ସଂଖ୍ୟକ ଚାଷୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।ଅତାବିରାରେ ଶ୍ରୀ ସାମଲଙ୍କୁ ଦେଖିବା ପାଇଁ ଲୋକମାନେ ଭିଡ଼ ଲଗାଇଥିଲେ ଏବଂ ତାଙ୍କୁ ଫୁଲମାଳା ଓ ଜୟଧ୍ୱନିରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସଭାକୁ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ନେତୃତ୍ୱ ଦେଇଥିଲେ। ଜିଲ୍ଲା ସଭାପତି ଅରୁପା ନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ।ରାଜ୍ୟସଭା ସାଂସଦ ହେବା ପରେ ଏହା ଶ୍ରୀ ସାମଲଙ୍କର ପ୍ରଥମ ବରଗଡ଼ ଗ୍ରସ୍ତ ଥିବାରୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।
ସମାବେଶରେ ବକ୍ତାମାନେ କୃଷକଙ୍କ ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ସୁଭ୍ରାଂଶୁ ମୋହନ ପାଢୀ କହିଥିଲେ, “କୃଷକ ସହିତ ବିଜେପି ସଦା ରହିଛି ଓ ଆଗକୁ ମଧ୍ୟ ରହିବ।” ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ କହିଥିଲେ ଯେ, ଦଳ ସଂଗଠନକୁ ଶକ୍ତିଶାଳୀ କରିବାରେ ଶ୍ରୀ ସାମଲଙ୍କ ଅବଦାନ ଉଲ୍ଲେଖନୀୟ।
ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଥିଲେ ଯେ, ଅତ୍ୟନ୍ତ ଅଳ୍ପ ସମୟରେ ଏପରି ବଡ଼ ଜନସମାବେଶ ଆୟୋଜନ କରିବା କାର୍ଯ୍ୟକର୍ତ୍ତାଙ୍କ ଏକତା ଓ ଦୃଢ଼ ସଂଗଠନର ପ୍ରମାଣ। ସେ ଏହି ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ନିଜ ବକ୍ତବ୍ୟରେ ଶ୍ରୀ ମନମୋହନ ସାମଲ କହିଥିଲେ, “କୃଷି ଭିତ୍ତିକ ଶିଳ୍ପକୁ ଆଗକୁ ବଢ଼ାଇଲେ ଓଡ଼ିଶାର ସମଗ୍ର ଉନ୍ନତି ସମ୍ଭବ। ଚାଷୀମାନେ ଆମ ଅର୍ଥନୀତିର ମୂଳ ଶକ୍ତି।” ସେ କହିଥିଲେ ଯେ, ପିଏମ୍ କିଶାନ ଓ ସିଏମ୍ କିଶାନ ଯୋଜନା ମାଧ୍ୟମରେ ପ୍ରତିବର୍ଷ ୧୦ ହଜାର ଟଙ୍କା ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି, ଯାହା ତାଙ୍କ ଖର୍ଚ୍ଚକୁ କମେଇବାରେ ସହାୟକ ହେଉଛି। ସେ ବରଗଡ଼କୁ କୃଷି ପ୍ରଧାନ ଜିଲ୍ଲା ବୋଲି ଉଲ୍ଲେଖ କରି ସମସ୍ତ ଚାଷୀଙ୍କ ପରିଶ୍ରମକୁ ପ୍ରଶଂସା କରିଥିଲେ।ଏହି ଅବସରରେ ଅତାବିରା ବ୍ଲକର ବିଭିନ୍ନ ସରପଞ୍ଚ ଓ ଏନଏସିର କାଉନସିଲରମାନେ ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦଳ ପାଇଁ ଏକ ଶକ୍ତିବର୍ଦ୍ଧକ ପଦକ୍ଷେପ ବୋଲି ମନାଯାଉଛି।ସମାବେଶରେ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ କୁମାର ଗଡତିୟା , ଭଟଲି ବିଧାୟକ ଇରାଶିସ୍ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି. ମୁରଲୀ କୃଷ୍ଣା, କୃଷକ ମୋର୍ଚ୍ଚା ନେତାମାନେ ଓ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଭବ୍ୟ ସମାବେଶ ଅତାବିରାରେ ରାଜନୈତିକ ପରିବେଶକୁ ଆହୁରି ଉତ୍ସାହମୟ କରିଥିଲା।

0
0
0
s2sdefault