ଓଡ଼ଗାଁ ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ କୋମଣ୍ଡ ଠାରେ ବିଜେ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ଅନୁସରଣରେ ସତର ଦିନ ବ୍ୟାପି ଚାଲିଥିବା ଦଣ୍ଡ ଯାତ୍ରାର ଆଜି ଅନ୍ତିମ ଦିନରେ ପାଟ ଦଣ୍ଡୁଆ କୁଳମଣି ଦଳେଇଙ୍କ ନେତୃତ୍ବରେ ଗ୍ରାମ ପୁଷ୍କରିଣୀର ଜଳ ତୁଠରେ ତିନି ଶହ ଦଣ୍ଡୁଆଙ୍କ ସହଯୋଗରେ ୧୦୮ ହଳ ଅଗ୍ନିଦଣ୍ଡଙ୍କୁ ଜିଆଁଇଥିଲେ।ଶହ ଶହ ସଂଖ୍ୟାରେ ମେରୁ ବ୍ରତ ପାଳନ କରୁଥିବା ଉପାସକ ମାନେ ଜଳ ତୁଠରେ ସମବେତ ହୋଇ ବାଦ୍ୟ, ଘଣ୍ଟ, ଘଣ୍ଟା ଝାଞ୍ଜ,ତୁରୀ ବାଦନର ତାଳେ ତାଳେ ହରିବୋଲ ହୁଳହୁଳୀ ଶବ୍ଦରେ ଝଙ୍କାର ସୃଷ୍ଟି ହୋଇଥିଲା ଏବଂ ଜଳ ତୁଠରେ ଆଧ୍ୟାତ୍ମିକ ଭାବାବେଗ ଦେଖିବାକୁ ମିଳିଥିଲା। ସେଠାରେ ବିଧିବଦ୍ଧ ଭାବେ ଠାକରଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ପରେ ଦଣ୍ଡୁଆମାନେ ବିରାଟ ଶୋଭାଯାତ୍ରାରେ ଠାକୁରଙ୍କୁ ନେଇ ଗ୍ରାମ ପରିକ୍ରମା କରିଥିଲେ।୧୦୮ ଅଗ୍ନି ଦଣ୍ଡ ଗ୍ରାମ୍ୟ ପରିକ୍ରମା କରୁଥିବା ବେଳେ ଝୁଣା ମାଡ଼ରେ ଗାଁ ସାରା ସୁଗନ୍ଧିତ ବାସ୍ନାରେ ମହକି ଉଠି ପ୍ରତ୍ୟେକଙ୍କ ଶରୀରରେ କମ୍ପନ ସୃଷ୍ଟି ହେଉଥିବା ଜଣାଯାଇଥିଲା। ଦଣ୍ଡଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କୋମଣ୍ଡ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ରବିନ୍ଦ୍ର ନାଥ ଦାଶ ସଂପାଦକ ଦୂର୍ଗା ଚରଣ ପଣ୍ଡା ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ସେଠୀ ଏବଂ ସମସ୍ତ ସାହି ସଭାପତି ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ।
ରାଜ୍ୟ
କୋମଣ୍ଡରେ ୧୦୮ ହଳ ଅଗ୍ନିଦଣ୍ଡ ଉଠିଲେ
- Hits: 10








