ହେଡଲାଇନସ୍:

କୁରାଳରେ ଚଢ଼ାଉ, ଦୁଇଟି ପରିବାରରୁ ୪୩ ଘରୋଇ ଓ ୨ ବ୍ୟବସାୟିକ ସିଲିଣ୍ଡର ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଫାଣ୍ଡି କୁରାଳ ପାଇକେରା ସାହି ଏବଂ କୁରାଳ ବେଙ୍ଗେଇ ସାହିରେ ବ୍ଳକ ପ୍ରଶାସନ ତରଫରୁ ଚଢାଉ କରାଯାଇ ୪୩ ଘରୋଇ ଏବଂ ୨ ବ୍ୟବସାୟିକ ସିଲିଣ୍ଡର ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବ୍ଲକ ବିଡିଓ ପ୍ରିତିବାଳା ରଣା, ଯୋଗାଣ ନିରୀକ୍ଷକ ମଳୟ ମେହେର, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଓଡ଼ଗାଁ ଥାନା ସବ ଇନ୍ସପେକ୍ଟର ଚକ୍ରଧର ସିଂ ଏବଂ ସାଥୀ ପୋଲିସ କର୍ମଚାରୀ ମାନେ କୁରାଳ ପାଇକେରା ସାହିର ଜ୍ବତୀରଞ୍ଜନ ସାହୁଙ୍କ ଘରେ ଚଢାଉ କରି ୩୫ ଘରୋଇ ସିଲିଣ୍ଡର ଜବତ କରିଥିବା ବେଳେ ବେଙ୍ଗେଇ ସାହିରେ ଶିବଶଙ୍କର ପୃଷ୍ଟିଙ୍କ ଘରେ ଚଢ଼ାଉ କରି ୮ ଘରୋଇ ଓ ୨ ବ୍ୟବସାୟୀକ ସିଲିଣ୍ଡର ଜବତ କରିଥିଲେ । ଏବଂ ଜବତ୍ ସିଲିଣ୍ଡର ଗୁଡିକୁ ରୋହିବାଙ୍କ ଚନ୍ଦ୍ରମା ଗ୍ୟାସ୍ ଏଜେନ୍ସୀରେ ଜିମା ଦେଇଥିଲେ । ସାମ୍ପ୍ରତିକ ସମୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଲାଗି ରହିଥିବା ଯୋଗୁଁ ଅଶୋଧିତ ତୈଳ ସହିତ ରନ୍ଧନ ଗ୍ୟାସ ଆମଦାନୀ ପ୍ରଭାବିତ ହୋଇଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ଉପାୟରେ ରନ୍ଧନ ଗ୍ୟାସ ଟାଙ୍କି ସଂଗ୍ରହ କରି ଗଚ୍ଛିତ ରଖିବା ଏବଂ ତାକୁ ଚଢ଼ା ଦରରେ ବିକ୍ରି କରୁଥିବା ଯୋଗୁଁ ରନ୍ଧନ ଗ୍ୟାସ ଅଭାବ ଜନିତ ପରିସ୍ଥିତି ଲାଗି ରହୁଥିବା ଜାଣିବା ପରେ ଭବିଷ୍ୟତରେ ରନ୍ଧନ ଗ୍ୟାସ ଅଭାବ ପଡ଼ିବା ନେଇ ସାଧାରଣ ଆଶଙ୍କା ପ୍ରକାଶ ପାଇଥିବାରୁ ଏହା ଏକ କୃତ୍ରିମ ଅଭାବ ସୃଷ୍ଟି କରୁଛି ।

0
0
0
s2sdefault