
ଓଡ଼ଗାଁ, ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ୍ ଆସୋସିଏସନ (ଆରଏଏ) ପକ୍ଷରୁ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ସୋମବାର ମଶାବାରୀ ଦଳ ସହିତ ଦେଓଗାଁ ଦଳ ମଧ୍ୟରେ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଦେଓଗାଁ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ ବିନିମୟରେ ୧୧୧ ରନ୍ ସଂଗ୍ରହ କରିଥିଲେ । ଦଳର ରିଙ୍କୁ ୨୨ ବଲରେ ୪୭ ରନ୍ ସଂଗ୍ରହ କରିଥିଲା ବେଳେ ବାବୁଲ ୩ ଓଭରରେ ୩ ଉଇକେଟ ନେଇ ୧୯ ରନ୍ ଦେଇଥିଲେ । ଖେଳର ଦିତୀୟ ଇଂନିସ୍ ରେ ମଶାବାରୀ ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୭୫ ରନରେ ସିମିତ ରହିଥିଲା । ଫଳରେ ଦେଓଗାଁ ମ୍ୟାଚ୍ ଜିତି ସେମିଫାଇନାଲ ଖେଳିବାକୁ ଉନ୍ନିତ ହୋଇଥିଲା । ମଶାବାରୀ ଦଳର ଟିପୁନ ୨୫ ବଲରେ ୩୯ ରନ୍ ସଂଗ୍ରହ କରିଥିବାବେଳେ ଶିବୁ ୩ ଓଭର ବୋଲିଙ୍ଗ କରି ୯ରନ ପ୍ରତି ବଦଳରେ ୩ ଉଇକେଟ ସହିତ ୨ ମେଡ୍ ଇନ୍ ନେଇଥିଲା । ବିଜୟୀ ଦଳର ରିତିକକୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ଆରଏଏର ଭେଟରାନ କ୍ରିକେଟ୍ ଖେଳାଳି ଉମାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚକୁ ରାଜଶେଖର, ରାମେଶ୍ୱର ସାହୁ, ବିକାଶ, ଲିଟି, ସାଇ, ସୌମ୍ୟ ରଞ୍ଜନ ଓ ସୁନୀଲ ପରିଚାଳନା କରିଥିଲେ। ଆସନ୍ତାକାଲି ମଙ୍ଗଳବାର ଓଡ଼ଗାଁ (ବି) ସହିତ ରଙ୍ଗଣୀ ପାଟଣା ଦଳ ମଧ୍ୟରେ ଅନ୍ୟ ଏକ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ ।








