ହେଡଲାଇନସ୍:

ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ମିଳିତ ଭାବେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହା ଫଳରେ ଅନେକ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି।ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ମିଳିତ ଭାବେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଖୋଦ୍ ଯମରାଜ ଓ ଯମ ଦୂତ ମାନେ ଗାଡ଼ି ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମାବଳୀ ବୁଝାଇ ସଚେତନ କରୁଛନ୍ତି। ସହରର ପ୍ରତ୍ୟେକ ଛକ ଓ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଗାଡ଼ି ଚାଳକ ମାନଙ୍କୁ ଅଟକାଇ ଯମରାଜଙ୍କ ନିର୍ଦ୍ଦେଶକ୍ରମେ ଚିତ୍ର ଗୁପ୍ତଙ୍କ ଦ୍ବାରା ସଡ଼କ ସୁରକ୍ଷା ନିୟମାବଳୀ ଦେଇଥିଲେ। ସେହିପରି ପୁଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ମାଗଣା ହେଲମେଟ ଓ ଗୋଲାପ ଫୁଲ ପ୍ରଦାନ କରିବା ସହ ଗାଡ଼ି ଚଲେଇବା ନିୟମକୁ ପାଳନ କରିବା ପାଇଁ ସଚେତନ କରାଯାଇଥିଲା।

0
0
0
s2sdefault