ହେଡଲାଇନସ୍:

ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କୁ ଅନନ୍ତ ଅମ୍ବାନୀଙ୍କ ଉପହାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ରବୃତ୍ତି, ଚାକିରି ଓ ଏକ୍ସପୋଜର ସୁଯୋଗ


ଭୁବନେଶ୍ୱର, ୯ । ୪: ନିଜ ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି, ଚାକିରି ଓ ଏକ୍ସପୋଜର ସୁଯୋଗ ଭଳି ଅନେକ ଘୋଷଣା କରିଛନ୍ତି ଅନନ୍ତ ଅମ୍ବାନୀ। ଆଜି ନିଜ ଜନ୍ମଦିନ ପାଳନ ଅବସରରେ ଅନନ୍ତ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ରିଲାଏନ୍ସ ଗ୍ରୁପରେ ଚାକିରି ସୁଯୋଗ ସହ ଚଳିତ ଶିକ୍ଷାବର୍ଷରେ କିସ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି, କେଜିରୁ ପିଜିସ୍ତରରେ ଶେଷ୍ଠ ପ୍ରଦର୍ଶନ କରିଥିବା ଟପ୍ପରମାନଙ୍କୁ ଅନନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶାଳ ବନ୍ୟପ୍ରାଣୀ କେନ୍ଦ୍ର ବନତାରା ପରିଦର୍ଶନ କରିବାର ସୁଯୋଗ ଆଦି ଘୋଷଣା କରିଛନ୍ତି। ଅନନ୍ତଙ୍କ ଘୋଷଣା ଅନୁସାରେ ପ୍ରତିବର୍ଷ କିସର ୩୦ଜଣ ସ୍ନାତକଙ୍କୁ ରିଲାଏନ୍ସ ଗ୍ରୁପର ବିଭିନ୍ନ କମ୍ପାନୀରେ ଚାକିରି ପ୍ରଦାନ କରାଯିବ। ଏହା ଜନଜାତି ଯୁବକ ଯୁବତୀଙ୍କ ପାଇଁ ସ୍ଥାୟୀ କ୍ୟାରିୟର ପଥ ଖୋଲିବ। ଏହି ଘୋଷଣା ଦ୍ୱାରା ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ।
ସେହିପରି ଶିକ୍ଷାଗତ ଜ୍ଞାନକୁ ଆହୁରି ବୃଦ୍ଧି କରିବା ନିମନ୍ତେ କିସ୍‍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନନ୍ତ ଅତିରିକ୍ତ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହି ଘୋଷଣା ଦ୍ୱାରା ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ। ଏହା ସହ ସେମାନଙ୍କ ଶୈକ୍ଷିକ ଅଭିବୃଦ୍ଧି, ଦକ୍ଷତା ବିକାଶ ଓ ଭବିଷ୍ୟତର ଜୀବିକା ନିର୍ବାହରେ ସହାୟକ ହେବ।

ଅନନ୍ତଙ୍କ ଜନ୍ମଦିନ ପାଳନର ଅଂଶ ସ୍ୱରୂପ କିସ ଛାତ୍ରଛାତ୍ରୀମାନେ ଏକ ବିଶାଳ କେକ୍ କାଟି ଉତ୍ସବ ପାଳନ କରିଥିଲେ। ଅନନ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ଦୀର୍ଘ ଜୀବନ କାମନା କରି ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ କିସ ପିଲାମାନେ ଦୀପ ଜାଳି ପ୍ରାର୍ଥନା କରିଥିଲେ ଓ ଶ୍ରୀବାଣୀକ୍ଷେତ୍ର ବେଦପାଠଶାଳା ଛାତ୍ରଛାତ୍ରୀମାନେ ବେଦପାଠ ଜରିଆରେ ଅନନ୍ତଙ୍କୁ ଶୁଭକାମନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କିସ ଭୁବନେଶ୍ୱର କ୍ୟାମ୍ପସ ସମେତ ବଲାଙ୍ଗୀର, କଳାହାଣ୍ଡି, ବାରିପଦା ଓ ବାଲେଶ୍ୱର ଆଦି କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ ବନତାରା ଲୋଗୋ ଦ୍ୱାରା ଅନୁପ୍ରାଣିତ ମାନବ ଅକ୍ଷର ଗଠନ କରିଥିଲେ। ପରେ ସନ୍ଧ୍ୟାରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଅନନ୍ତଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ରାତ୍ରଭୋଜନର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମଗ୍ର କ୍ୟାମ୍ପସରେ ଉତ୍ସବମୁଖର ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା। ଛାତ୍ରଛାତ୍ରୀମାନେ ଅନନ୍ତଙ୍କୁ ସେମାନଙ୍କର ଶୁଭ କାମନା ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାମନ୍ତ ମଧ୍ୟ ଅନନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ସାମନ୍ତ କହିଲେ, କିସ୍‍ ପିଲାଙ୍କ ପାଇଁ ଅନନ୍ତ ଯେଉଁ ସବୁ ଘୋଷଣା କରିଛନ୍ତି ତାହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ଭବିଷ୍ୟତ ସମ୍ଭାବନାକୁ ବହୁ ପରିମାଣରେ ମଜବୁତ କରିବ। ଏଭଳି ସମର୍ଥନ ସାଧାରଣ ଜନଜାତି ପୃଷ୍ଠଭୂମିରୁ ଆସୁଥିବା ପିଲାମାନଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ରଖିବା ସହ ସୁଯୋଗର ନୂତନ ଦ୍ୱାର ଖୋଲିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କିସର ସମସ୍ତ କ୍ୟାମ୍ପସର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

0
0
0
s2sdefault