ହେଡଲାଇନସ୍:

ଓଡ଼ିଆ ପକ୍ଷ -୨୦୨୬ର ନବମ ଦିବସରେ "ଆସ ବହିଟିଏ କିଣିବା ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ମାସ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ-୨୦୨୬ ।
ଏହି ଓଡ଼ିଆ ପକ୍ଷ ପାଳନର ନବମ ଦିନରେ ଆଜି (ଗୁରୁବାର) ଗଜପତି ଜିଲ୍ଲା ପାରଳାଖେୁମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ ହୋଇଥିଲା "ଆସ ବହିଟିଏ କିଣିବା ଅଭିଯାନ" କାର୍ଯ୍ୟକ୍ରମ।
ଭାଷା ସାହିତ୍ୟର ଉନ୍ନତି ଏବଂ ତାର ପ୍ରଚାର ପ୍ରସାର ବୃଦ୍ଧି କରିବା ଏହି ଅଭିଯାନ କାର୍ଯ୍ୟକ୍ରମର ମୂଳ ଆଭିମୁଖ୍ୟ। ଏହି ଅଭିଯାନ କାର୍ଯ୍ୟକ୍ରମ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିଲା।
ଏହି ପୁସ୍ତକ ବିକ୍ରୟ କେନ୍ଦ୍ରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତ ରହି ବହିଟିଏ କିଣିବା ପରେ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଥିଲା।
ପାରଳାଖେମୁଣ୍ଡି ସହରର ୧୫ ରୁ ଉର୍ଦ୍ଧ୍ବ ଲେଖକ ଲେଖିକା ଙ୍କ ଲେଖିଥିବା ମୁଦ୍ରଣ ବହି ଗୁଡ଼ାକ ପୁସ୍ତକ ବିକ୍ରୟ କେନ୍ଦ୍ରରେ ବିକ୍ରି କରାଯାଇଥିଲା। ସହରର ଏହି ପ୍ରତିଷ୍ଠିତ ଲେଖକ ଲେଖିକା ଙ୍କ ଉପାଦେୟ ବହି ଗୁଡ଼ାକ ବିକ୍ରି କରାଯାଇଥିଲା। ପାଠକ ପାଠିକାଙ୍କ ଠାରେ ବହି କିଣିବା ଦିଗରେ ଏହା ବେଶ୍ ଆଦୃତ ହୋଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ କହିଥିଲେ ଯେ , ଭାଷାକୁ ଜାଣିବା ସହ ଆମ ଭାଷାରେ ଲେଖିବା ଏବଂ ବହି ପଢି ଆମେ ଜ୍ଞାନ ବଢ଼ାଇବା। ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ପ୍ରସାର କିଭଳି ହେବ ଏବଂ ଲେଖକ ଲେଖିକା ଓ ପାଠକ ପାଠିକା ଙ୍କ ସଂଖ୍ୟା କିଭଳି ଅଧିକ ହେବ , ଯାହାଦ୍ଵାରା ଭାଷା , ସାହିତ୍ୟ , ସଂସ୍କୃତି , ପରମ୍ପରା ଓ ସ୍ବାଭିମାନ ବଞ୍ଚିରହିବ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ଆସ ବହିଟିଏ କିଣିବା ସହ ଆମ ମାତୃଭାଷା ଓ ସ୍ବାଭିମାନ ବଳବତ୍ତର ରଖି ଓଡ଼ିଆ ଲେଖକ ଲେଖିକା , କବି କବୟିତ୍ରୀ ଓ ପ୍ରାବନ୍ଧିକ ମାନଙ୍କୁ ଉତ୍ସାହିତ କରି ନୂତନ ପାଠକ ପାଠିକା ସୃଷ୍ଟି କରିବାରେ ସହାୟକ ହେବାକୁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ ପ୍ରମୁଖ ପୁସ୍ତକ କିଣିବା ସହ ଉପସ୍ଥିତ ସମସ୍ତଙ୍କୁ ପୁସ୍ତକ କିଣିବା ପାଇଁ ଉତ୍ସାହିତ କରିଥିଲେ। ସେହିପରି ଜିଲ୍ଲା ସମସ୍ତ ବ୍ଲକ କାର୍ଯ୍ୟଳୟ ରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।

0
0
0
s2sdefault