ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୮/୦୪):- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅରୁଣ ରୁ ପ୍ରଥମ ଶ୍ରେଣୀ ର ଅଭିଭାବକ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁ ର ସାମଗ୍ରିକ ବିକାଶ ରେ ପିତା ମାତା ଙ୍କ ଭୂମିକା ଉପରେ ମାର୍ଗ ଦର୍ଶନ କରିଥିଲେ।ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଅତିଥି ପରିଚୟ ,ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ କଥନ କରିଥିଲେ । । ଜିବନାନନ୍ଦ ଗୁରୁଜୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ୭୮ ଜଣ ପିତା ମାତା ଉପସ୍ଥିତ ରହି ନିଜର ଶିଶୁ ର ସାମଗ୍ରିକ ବିକାଶ ରେ ସହାୟକ ହୋଇଥିଲେ ।
ରାଜ୍ୟ
ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 8








