ଓଡ଼ିଆ ପକ୍ଷ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ବର, ୦୮/୦୪/୨୦୨୬: ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ବାଲେଶ୍ବର ପ୍ରଶାସନ ପକ୍ଷରୁ ଏକ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଥିବା ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭାରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ସହିତ ମାନ୍ୟବର ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ବାଲେଶ୍ୱର ଜିଲ୍ଲାପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀଯୁକ୍ତ ସାଇ କୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ, ବାଲେଶ୍ୱର ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଓ ଜିଲ୍ଲା ହସ୍ପିଟାଲ୍ ର ପ୍ରଶାସନିକ ଅଧିକାରିଣୀ ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ରକ୍ତଦାନ ଶିବିରକୁ ପରିଦର୍ଶନ କରିଥିଲେ ଏବଂ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଦାସ ଓ ରକ୍ତ ଭଣ୍ଡାର ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଖୁବ୍ ସୁରୁଖୁରୁରେ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଦାତା ମାନେ ଖୁବ୍ ଆଗ୍ରହ ସହକାରେ ରକ୍ତ ଦାନ କରିଥିଲେ । ସମାଜସେବୀ ସଲିମ ରାଜା ଓ ଯୋଶଦା ନନ୍ଦନ ଆସ୍ ଙ୍କ ସହିତ ଅନେକ ସ୍ବେଛସେବୀ ସଂଗଠନର କର୍ମକର୍ତ୍ତା ମାନେ ଏବଂ ଜିଲ୍ଲା ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତଦାନ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ଆଜି ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲା ରକ୍ତ ଭଣ୍ଡାର ପକ୍ଷରୁ ଆଜି ଚାନ୍ଦିପୁରରେ ୧୫୭ ୟୁନିଟ, ଜଳେଶ୍ୱରରେ ୨୧ ୟୁନିଟ ଏବଂ ରୂପସାରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ତେଣୁ ଆଜି ସର୍ବ ମୋଟ ୨୪୪ ୟୁନିଟ ରକ୍ତ ବାଲେଶ୍ୱର ଜିଲ୍ଲା ରକ୍ତ ଭଣ୍ଡାର ପକ୍ଷରୁ ସଂଗ୍ରହ କରାଯାଇଛି । ଓଡ଼ିଆ ପକ୍ଷ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଳାର ବିଭିନ୍ନ ପ୍ରାନ୍ତରୁ ସର୍ବମୋଟ ୮୩୭ ୟୁନିଟ ରକ୍ତ ସଂଗ୍ରହ କରିବାରେ ବାଲେଶ୍ୱର ଜିଲ୍ଲା ରକ୍ତ ଭଣ୍ଡାର ସଫଳ ହୋଇଛି ।

0
0
0
s2sdefault