ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ଗୌରୀ ଗ୍ରାମ ଠାରେ ଶିବ ମନ୍ଦିର ନବୀକରଣ ଓ ଭୋଗ ମଣ୍ଡପ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଭୋଗ ମଣ୍ଡପ ର ଶୁଭ ଉଦଘାଟନ କଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ। ସେଇଭଳି ଭାନି ଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପାଣ୍ଠି ରୁ ୩ ଲକ୍ଷ ଟଙ୍କା ଅନୁଦାନ ରେ ନିର୍ମିତ କମିଁନିଟ ହଲ ର ଶୁଭ ଉଦଘାଟନ କଲେ ବିଧାୟକ । ଶେଷରେ ଭାନ୍ନା ଗ୍ରାମ ଶେଷ ରେ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ବର୍ଗଦ୍ଵାର ର ଶୁଭ ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ପାଣିଗ୍ରାହୀ । ସମସ୍ତ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସମେତ ଜିଲ୍ଳା ପରିଷଦ ସଭାପତି ଜି.ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା , ଉପାଧ୍ୟକ୍ଷ ରଘୁରାମ ସାହୁ , କତିକି ରାମାରାଓ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
କାଶୀନଗର ବ୍ଲକ ରେ ଭୋଗ ମଣ୍ଡପ ଓ ସ୍ବର୍ଗଦ୍ବାର ର ଉଦଘାଟନ କଲେ ବିଧାୟକ
- Hits: 7








