ହେଡଲାଇନସ୍:

ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର, ତା୪/୪ - କେନ୍ଦୁଝର ସହର ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଶିଶୁଙ୍କ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଭାଗବତ ଚନ୍ଦ୍ର ନାଏକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପିଲାମାନଙ୍କୁ ଭୟଶୂନ୍ୟ କରିବା ସହ ବିଦ୍ୟାଳୟ ପ୍ରତି ସମ୍ମାନବୋଧ ସୃଷ୍ଟି କରିବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ରୂପେ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ପଣ୍ଡା ଯୋଗ ଦେଇ କହିଥିଲେ ଯେ , ଏହା ପିଲାଙ୍କ ଭିତରେ ବିଦ୍ୟାଳୟ ଭୟ ଦୂର କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଉଚିତ୍ ସମନ୍ଵୟ ରଖିବ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଯୋଗ ଦେଇ ନିଜ ଅଭିଜ୍ଞତା ସମ୍ପର୍କରେ କହିବା ସହ ଗୁରୁ ତଥା ଗୁରୁମାଙ୍କ ସମର୍ପିତ ଭାବନାରେ ହିଁ ବିଦ୍ୟାଳୟର ଉନ୍ନତି ସମ୍ଭବ ବୋଲି କହିଥିଲେ । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ସହ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅତିଥିମାନେ ତଥା ଡି.ଆଇ.ଇ.ଟି. , କେନ୍ଦୁଝରର ଛାତ୍ର - ଶିକ୍ଷକମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ଥିଲେ । ନୂତନ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ବ୍ୟାଗ୍ , ଶିକ୍ଷଣ କିଟ୍ ପ୍ରଦାନ କରିଥିଲେ । ଗୋବିନ୍ଦପୁର ଅଙ୍ଗନୱାଡି କର୍ମୀ ସୁଜାତା ଦାସ ଓ ବିଦ୍ୟାଳୟର ଶିଶୁ ସେବିକା ସାଗରୀ ବେହେରାଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକ , ରଞ୍ଜିତା ରାଣୀ ମଲ୍ଲିକ , ଶୁଭଲକ୍ଷ୍ମୀ ସାହୁ , ଶୁଭଶ୍ରୀ ରାଉତ୍ ଓ ଶୁଭଶ୍ରୀ ମହାନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault