( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁର ଉନ୍ନୟନ କତୃପକ୍ଷ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ଗୃହର ଉଦ୍ଘାଟନ କରାଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର,ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା,ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ,ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ , ଦକ୍ଷିଣାଞ୍ଚଳ ଆଇ ଜି ଶ୍ରୀ ନିତି ଶେଖର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣା ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ଉପସ୍ଥିତ ରହିଥିଲେ l
ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଜିଲ୍ଲା ପ୍ରଶାସନ ତରଫରୁ ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମ ମାଧ୍ୟମରେ ସିଭିଲ ସର୍ଭିସ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ପରୀକ୍ଷାରେ ପ୍ରାୟ ୭୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୦ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେଥିମଧ୍ୟରୁ ବ୍ରହ୍ମପୁରର ୭୦ଜଣ ପରୀକ୍ଷାର୍ଥୀ ଆଜି ଉପସ୍ଥିତ ରହିଥିଲେ l ଆଜିଠାରୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବ୍ୟତୀତ ଛତ୍ରପୁର ଓ ଭଞ୍ଜନଗର ଠାରେ ମଧ୍ୟ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରାଯିବ l ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି l
ଗଞ୍ଜାମ ଜିଲ୍ଲାର ଯୁବକ ଓ ଯୁବତୀଙ୍କୁ ଭାରତୀୟ ପ୍ରଶାସନିକ ସେବା,ଓଡ଼ିଶା ପ୍ରଶାସନିକ ସେବା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ l ଦିଲ୍ଲୀରେ ଅବସ୍ଥିତ ସାରଥି ଆଇ ଏ ଏସ କୋଚିଙ୍ଗ ସେଣ୍ଟରର ଅଧ୍ୟାପକମାନେ ଅନଲାଇନ ଓ ସିଧା ପ୍ରସାରଣ ମାଧ୍ୟମରେ ଏବଂ ଗଞ୍ଜାମ ଜିଲ୍ଲାର ଆଇ ଏ ଏସ ଏବଂ ଓ ଏ ଏସ ଅଧିକାରୀମାନେ ନିଜେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବେ l ଏଠାରେ ପରୀକ୍ଷାର୍ଥୀମାନଙ୍କ ପାଇଁ ପାଠାଗାର ର ମଧ୍ୟ ସୁବିଧା ରହିଛି l
ରାଜ୍ୟ
ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ
- Hits: 10








