କେନ୍ଦୁଝର, : ୦୪|୦୪ ଏନସିଏ ୧୬ ବର୍ଷରୁ କମ ବାଳକ ଏଲିଟ କ୍ୟାମ୍ପ ଲାଗି ଓଡିଶାର ୩ ଜଣ ଖେଳାଳି ମନୋନୀତ ହୋଇଛନ୍ତି l ଗତ ବିଜୟ ମର୍ଚ୍ଚlଣ୍ଟ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଚୟନ ହୋଇଥିବା ଖେଳାଳିଙ୍କୁ ନେଇ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ଦେଶର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛି l ତୃଣମୂଳ ସ୍ତରରୁ ଦେଶର ବଛା ବଛା କ୍ରିକେଟ ଖେଳାଳିଙ୍କୁ ନେଇ ହେବାକୁ ଥିବା ଏହି ଶିବିରରେ ଯୋଗଦେବା ପାଇଁ ଓଡିଶାର ୩ ଜଣ ଖେଳାଳି ଚୟନ ହୋଇଛନ୍ତି l ଏହି ଶିବିର ଏକାଦିକ୍ରମେ ଅହମ୍ମଦାବାଦ, ଡେରାଡୁନ ଏବଂ ଜୟପୁର ଠାରେ ଆସନ୍ତା ମେ ୧୧ରୁ ଆରମ୍ଭ ହୋଇ ଜୁନ ୬ ତାରିଖ ପର୍ଯ୍ୟନ୍ତ ଚାଲିବ l ରାଜସ୍ତାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଯୋଗଦେବା ପାଇଁ କେନ୍ଦୁଝର ଜିଲ୍ଲା ବଲାଣିରୁ ଆଶୁତୋଷ କୁମାର ନାଏକ ସ୍ଥାନ ପାଇଥିବାର ଜଣାଯାଇଛି l
ଆଶୁତୋଷଙ୍କ ପିତା ସଞ୍ଜୟ କୁମାର ନାଏକ ଜିଲ୍ଲାର ଜଣେ ପୂର୍ବତନ କ୍ରିକେଟ ଖେଳାଳି ହୋଇଥିବା ବେଳେ ସେ ବର୍ତ୍ତମାନ ବଡ଼ବିଲ ମାଟକାମବେଡା ସ୍ଥିତ ଆରିଆ ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀରେ କାର୍ଯ୍ୟରତ ଏବଂ ମା ନନ୍ଦିନୀ ନାଏକ ଜଣେ ଗୃହିଣୀ l ଆଶୁତୋଷ ମନୋନୀତ ହୋଇଥିବା ଖବର ମିଳିବା ପରେ ସମଗ୍ର ଜିଲ୍ଲାରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ଆଶୁତୋଷଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l
ରାଜ୍ୟ
୧୬ ବର୍ଷରୁ କମ ଏଲିଟ କ୍ୟାମ୍ପ: ଏନସିଏ ଶିବିରରେ କେନ୍ଦୁଝରରୁ ଆଶୁତୋଷ
- Hits: 9








