ହେଡଲାଇନସ୍:

ଅମର୍ଦାରୋଡରେ ପବିତ୍ର ଉତ୍କଳ ଦିବସ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବସ୍ତା ୨/୪(ପି ଏନ ଏସ): ଅମର୍ଦାରୋଡର ଅଗ୍ରଣୀ ଅନୁଷ୍ଠାନ ୟୁ ନାଇଟେଡ଼ କାଲଚୁରାଲ ଏଣ୍ଡ ସ୍ପର୍ଡ୍ସ ଏସୋସିଏସଏସନ ପକ୍ଷରୁ ୯୧ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ରାଜକିଶୋର ମହାନ୍ତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେବା ସହିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ବନଜା ମହାନ୍ତି ଓ ସଞ୍ଜୁକ୍ତା ଶୁରଙ୍କ ସ୍ୱର ସଂଜନାରେ ଉତ୍କଳ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା | ଅନୁଷ୍ଠାନର ସଦସ୍ୟ ଇତିହାସ ବିଭାଗର ଅବସାରପ୍ରପ୍ତ ଅଧ୍ୟାପକ ପ୍ରଦୀପ କୁମାର ନାୟକ ଉତ୍କଳ ଦିବସର ଗୁରୁତ୍ଵ ତଥା ଫକୀର ମୋହନ ସେନାପତି,ମଧୁସୂଦନ ଦାସ,ଗଙ୍ଗାଧର ମେହେରଙ୍କ ପରି ବରପୁତ୍ର ମାନଙ୍କର ଯଶ ଗାନ କରିବା ସହିତ ସେମାନଙ୍କ ତ୍ୟାଗ ଏବଂ ବିଚ୍ଛିନ୍ନତାବାଦ ଓଡ଼ିଶାକୁ ଏକତ୍ରୀକରଣ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାର ପ୍ରୟାସ ଅତି ପ୍ରାଞ୍ଜଳ ଭାବରେ ବୁଝା ଇଥିଲେ ତତ ସହିତ ଅନୁଷ୍ଠାନର କବି,ଗାଳ୍ପିକ ଏବଂ ସାହିତ୍ୟିକ ପୂର୍ଣଚନ୍ଦ୍ର ମହାଳିକ ମାତୃଭୂମି ଓ ମାତୃଭାଷାର ମମତା ବୋଧ ତଥା ସୁଜଳା ସୁଫଳା ଶସ୍ୟଶ୍ୟାମଳାର ଓଡ଼ିଶା,"ଆମ ଓଡ଼ିଆ ଭାରି ବଢିଆ" ର ଶୀର୍ଷକ ଉପରେ ସୁନ୍ଦର ସାର ଗର୍ଭକ ତଥ୍ୟ ମାନ ଉପସ୍ଥାପନ କରିଥିଲେ।ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପର ମ୍ପରା ଉପରେ ଅଧ୍ୟକ ରାଜକିଶୋର ମହାନ୍ତି,ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ବ୍ୟକ୍ତବ ଦେବା ସହିତ ଅନୁଷ୍ଠାନର ସମ୍ପାଦକ ଉମେଶ ଚନ୍ଦ୍ର ପ୍ରଧାନ ତ୍ୟାଗୀ ବୀର ମାନଙ୍କର କାହାଣୀ ଓ ଓଡ଼ିଶା ପରିବର୍ତ୍ତନ ହେବା ତଥା ଭାଷା ଭିତ୍ତିରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ବୋଲି ମତବ୍ୟକ୍ତ କରବା ସହିତ ଆସନ୍ତା ବର୍ଷରେ ଉତ୍କଳ ଦିବସର ସଂଷ୍କୃତି ପରମ୍ପରାକୁ ଆଗାମୀ ଯୁବ ବର୍ଗରେ ପ୍ରଚାର ପ୍ରସାର କରାଯିବ ବୋଲି ପ୍ରସ୍ତାବ ରଖିଥିଲେ| ଅନୁଷ୍ଠାନର ସଦସ୍ୟ ଲକ୍ଷ୍ମଣ ପାତ୍ର,ସାମ୍ବାଦିକ ତପନ କୁମାର ମିଶ୍ର,ପୃଥୁନାଥ ମଣ୍ଡଳ, ରାମଚନ୍ଦ୍ର ଭୂୟାଁ,ମାନସ ରାଉଳ,ସ୍ଵପ୍ନେଶ୍ଵର ଦାସ,ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ପରି ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ଭୁବନ ଚନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault