ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ସାରା ଦେଶରେ ପ୍ରଥମ କରି ଆରମ୍ଭ ହୋଇଛି ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିକ ଜନଗଣନା କାର୍ଯ୍ୟ (Self Enumeration )। ଏହି ନୂତନ ପ୍ରଣାଳୀରେ ଜନସାଧାରଣ ଅଧିକୃତ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ନିଜେ ନିଜର ତଥ୍ୟ ଦାଖଲ କରି 'ସ୍ୱ-ଜନଗଣନା' କରିବାର ସୁଯୋଗ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ତହସିଲ ଅନ୍ତର୍ଗତ ସମସ୍ତ ଜନସାଧାରଣ ଙ୍କ ପାଇଁ ମଧ୍ୟ ଏହା ଆରମ୍ଭ ହୋଇଛି। ଭଞ୍ଜନଗର ତହସିଲଦାର ଶ୍ରୀମତୀ ଅଭିପ୍ସା ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଆଜି ସ୍ୱ-ଜନଗଣନା ପ୍ରକ୍ରିୟା ଶୁଭାରମ୍ଭ ହୋଇଅଛି। ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱ-ଜନଗଣନା ପ୍ରକ୍ରିୟାରେ ମୋଟ ୩୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଥିବା ବେଳେ ଭଞ୍ଜନଗର ତହସିଲଦାର, ଶ୍ରୀମତି ପଟ୍ଟନାୟକ ସମସ୍ତ ଜନସାଧାରଣଙ୍କୁ ଏହି ଜାତୀୟ କାର୍ଯ୍ୟରେ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହା ସହିତ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାର ଅଭିପ୍ସା ପଟ୍ଟନାୟକ ଉପସ୍ଥିତିରେ ଆଜି ଏକ ସ୍ଵ ଜନଗଣନା ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନୋଟି ବିଭାଗ ଯଥା ବନ ବିଭାଗ, ପୋଲିସ୍ ବିଭାଗ, ଅଗ୍ନିଶମ ବିଭାଗ ର ଉପସ୍ଥିତ ସଦସ୍ୟ ମାନଙ୍କୁ ଓ କେତେକ ଜନସାଧାରଣ ଙ୍କୁ ଏହା ବିଷୟରେ ସଚେତନତା କରାଯାଇଥିଲା।ଏହି ପ୍ରକ୍ରିୟା ସରକାରୀ ପୋର୍ଟାଲ୍
(se.census.gov.in)ମାଧ୍ୟମରେ ଉପଲବ୍ଧ ଅଛି।
ଡିଜିଟାଲ୍ ମାଧ୍ୟମରେ ଏହି ଗଣନା ପ୍ରଥମ ଥର ଆରମ୍ଭ ହୋଇଛି, ଯାହାଫଳରେ ଗଣନା ପ୍ରକ୍ରିୟା ଅଧିକ ସହଜ , ସ୍ୱଚ୍ଛ ଏବଂ ସମୟ ମଧ୍ୟ କମ୍ ହେବ ।
ରାଜ୍ୟ
ଭଞ୍ଜନଗରେ ସ୍ଵ-ଜନଗଣନା ପ୍ରକ୍ରିୟାର ଆରମ୍ଭ
- Hits: 5








